ଏସି ଡ୍ରପର୍‌ ସାର୍‌କିଟ୍‌ ସଂପର୍କିତ କର୍ମଶାଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିକଟସ୍ଥ ଗଇଁନ୍ତଲା ସ୍ଥିତ ବୀଣାପାଣି ଶିକ୍ଷା ସୌଧରେ ଏସି ଡ୍ରପର୍‌ ସାର୍‌କିଟ୍‌ ସଂପର୍କିତ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଜ୍ଞାନ ସାହିତ୍ୟ ପରିଷଦ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ସମୁଦାୟ ୨୫ ଜଣ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ପରିପଥରେ ବିଦ୍ୟୁତ ପ୍ରବାହ କିପରି ହୁଏ, ପରିପଥର ପ୍ରକାର, ବିଦ୍ୟୁତ ବିଭବ, ଓମ୍‌ଙ୍କ ନିୟମ, ପ୍ରତିରୋଧ ପଙକ୍ତି ସଂଯୋଗ ଓ ସମାନ୍ତରାଳ ସଂଯୋଗର ତୁଳନା, ଟ୍ରାନ୍ସଫର୍ମର ଓ ଟ୍ରାନ୍ସଫର୍ମର ବିହନୀ ଡ୍ରପର ସର୍କିଟ ସାଂଗକୁ ଏଲ୍‌ଇଡ଼ି ବଲ୍‌ବ ସଂପର୍କରେ କର୍ମଶାଳାରେ ଆଲୋଚନା ହୋଇଥିଲା । ଏହି କର୍ମଶାଳାରେ ଡ.ବି.ଏନ୍‌.ଶ୍ରୀକାନ୍ତ ରିସୋର୍ସ ପର୍‌ସନ୍‌ ଭାବେ ଯୋଗ ଦେଇଥିଲେ । ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଏଭଳି କର୍ମଶାଳା ଆୟୋଜନ କରାଯିବ ବୋଲି ବିଜ୍ଞାନ ସାହିତ୍ୟ ପରିଷଦ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.