ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସ୍ତରୀୟ ଦକ୍ଷତା ଓ ବିକାଶ ଓ ପ୍ରଶିକ୍ଷଣ ଯୋଜନା କର୍ମଶାଳା ଶନିବାର ଦିନ ମୁରିବାହାଲ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ ଉଦ୍ୟାନ ବିଭାଗ ତରଫରୁ ଆୟୋଜିତ କର୍ମଶାଳାକୁ ମୁରିବାହାଲ ସହକାରୀ ଉଦ୍ୟାନ କୃଷି ଅଧିକରି ମନବୋଧ ମାଝୀଙ୍କର ସଭାପତିତ୍ୱ କର୍ମଶାଳାକୁ ଭାଜପା ଜିଲ୍ଲା ସଭାପତି ତଥା ଏମ୍ପିଙ୍କର ପ୍ରତିନିଧି ଶ୍ରୀବତ୍ସ ବେହେରା ମୁଖ୍ୟଅତିଥି ଭାବରେ ଉପସ୍ଥିତ ରହି କର୍ମଶାଳାକୁ ଅନୁଷ୍ଠାନିକ ଭାବରେ ଉଦ୍ଘାଟନ କରିବା ସହ ଗ୍ରାମ ଅଂଚଳରେ କୃଷକ ମାନଙ୍କର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ରିହାତିରେ ଅନେକ ଯୋଜନା ପ୍ରଚଳନ କରାଯାଉଥିବା ବିଷୟକୁ ଜଣାଇ ଥିଲେ । ସମ୍ମାନନୀୟ ଅତିଥି ଭାବରେ କଣ୍ଟାବାଞ୍ଜି ବିଧାୟକଙ୍କର ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ଟିଟିଲାଗଡ଼ ସହକାରୀ ଉଦ୍ୟାନ ନିର୍ଦେଶକ ରାକେଶ ମିଶ୍ର, ଆତ୍ମାର ପୂର୍ବତନ ଅଧ୍ୟକ୍ଷ ସୁରେଶ କୁମାର ଭୋଇ, ମୁରିବାହାଲ ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା, ମୁରିବାହାଲ ମଣ୍ଡଳ ସଭାପତି ରାମୁ କୁମ୍ବାର, ଓଏଲ କମ୍ପାନୀର ଅଧିକାରୀ ଶମ୍ବୁ ସ୍ୱାଇଁ, ଫାରମର ପ୍ରଡ୍ୟୁସର ଗ୍ରୁପର ଅଧ୍ୟକ୍ଷ ଭଗରଥି ଯୁଆଡି ପ୍ରମୁଖ ଉପସ୍ଥିତ ରହି ଉଦ୍ୟାନ ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ଯୋଜନାର ଲାଭ ଉଠାଇବା ସହ ଆର୍ଥିକ ବିକାଶ ହେବା ଉପରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଉଦ୍ୟାନ କୃଷି କ୍ଷେତ୍ରରେ ମହିଳା ସଶକ୍ତି କରଣ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ସ୍ୱତନ୍ତ୍ର ଫଳ ଚାଷ ଯୋଜନା, ପ୍ରଧାନ ମନ୍ତ୍ରୀ କୃଷି ସିଞ୍ଚଇ ଯୋଜନା, ଜାତୀୟ ଉଦ୍ୟାନ କୃଷି ମିଶନ, ଜାତୀୟ ଉଦ୍ୟାନ କୃଷି ମିଶନ ପ୍ରଭୃତି ଯୋଜନା ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଉନ୍ନତି ଚାଷୀ ଗୌରାଙ୍ଗ ପଟ୍ଟନାୟକ, ଇଶ୍ଵର ଭୋଇ, ଓ ଜନ ମୁକ୍ତି ଅନୁଷ୍ଠାନର କର୍ମଚାରୀ ମଧ୍ୟ ନିଜର ଦକ୍ଷତା ବିଷୟରେ କର୍ମଶାଳାରେ ଜଣାଇ ଥିଲେ । କାର୍ଯ୍ୟକ୍ରମକୁ ଉଦ୍ୟାନ ବିଭାଗର ଯଶୋବନ୍ତ ଭୋଇ, ରଘୁନାଥ ପୁଟେଲ ପ୍ରମୁଖ ସହଯୋଗ କରିଥିଲେ ।
Prev Post
Next Post