ସୁବର୍ଣ୍ଣପୁର/ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ଶୁଖା କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଓ ପ୍ରଦର୍ଶନୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବଡ଼ନୂଆପାଲି ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବୈଷ୍ଣବ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶୁଖା କ୍ଲଷ୍ଟରର ସମସ୍ତ ବିଦ୍ୟାଳୟରୁ ଦଶ ଜଣ ଏଫ.ଏଲ.ଏନ ଶିକ୍ଷକ ଶିଷୟିତ୍ରୀ ଯୋଗଦାନ କରିଥିଲେ । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁରେଶ କୁମାର ନାୟକଙ୍କ ତତ୍ଵାବଧାନରେ ତିନି ଦିନ ଧରି ଅନୁଷ୍ଠିତ କାର୍ଯ୍ୟକ୍ରମରେ ୨୩୭ ଟି ଶିକ୍ଷା ଉପଯୋଗୀ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରି ପ୍ରଧାନ ଶିକ୍ଷକ ବଡ଼ନୂଆପାଲି ବିଦ୍ୟାଳୟକୁ ହସ୍ତାନ୍ତର କରିଥିଲେ । ଅନ୍ତିମ ଦିନରେ ପେଡାଗୋଜି କୋଅର୍ଡିନେଟର ସୋନପୁର ଡ.ଅକ୍ଷୟ କୁମାର ସାହୁ ମନିଟରିଙ୍ଗ କରି ପ୍ରଦର୍ଶିତ ଟି.ଏଲ.ଏମ. ଗୁଡିକ ଆକର୍ଷଣୀୟ ଓ ଉପଯୋଗୀ ବୋଲି ଦର୍ଶାଇ ଥିଲେ । ଶେଷରେ କେନ୍ଦୁଟିକିରା ବିଦ୍ୟାଳୟର ଶିକ୍ଷକ ପ୍ରମୋଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟିତ୍ରୀ ସତ୍ୟବତୀ ଭୋଇ, ମିତା ପଧାନ, କିରଣମୟୀ ରାଜହଂସ, ରୋଜି ସାହୁ, ଅରୁନ୍ଧତୀ ରଣା, ନମିତା ଭୋଇ, ବନ୍ଦିତା ମାଝୀ, ଉପମା ଗୁଆଲ, ଦିବ୍ୟରଞ୍ଜନ ପାତ୍ର, ଅନିରୁଦ୍ଧ ରଣା, ବୁଦ୍ଧଦେବ ନାଇକ, ଚାମ୍ପେଶ୍ୱର ପଧାନ, ମଧୁସୂଦନ ପଧାନ ଓ ଅନ୍ୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।
Next Post