ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁରର ଶିଶୁ ବାଟିକା ବିଭାଗର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସଭାପତି ପୃଥିରାଜ ସାହୁ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଉଦଘାଟନ କରି ମାର୍ଗଦର୍ଶନ କରିଥିଲେ । ଶିଶୁମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ ପରେ ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ଶିକ୍ଷା ବିକାଶ ସମିତିର ବିଦ୍ଵତ୍ ପରିଷଦର ସଭାପତି ଡ଼ଃ. ବାଞ୍ଛାନିଧି ପଣ୍ଡା ଯୋଗଦେଇ ଶିଶୁ ଶିକ୍ଷାର ସ୍ୱରୂପ ବିଷୟରେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଭାବେ ପରିଚାଳନା ସମିତିର ସଦସ୍ୟା ଶ୍ରୀମତୀ ଅଲିଭା ରଥ, ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ଶ୍ରୀମତୀ ସୁଜାତା ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମକୁ ସସ୍ମିତା ଶତପଥୀ ସଂଯୋଜନା କରିଥିଲେ । ବିଭିନ୍ନ କାଳାଂଶରେ ଦୁର୍ବାଦଳ ସାହୁ, ନୀତୁ ସାହୁ, ଗୀତାଞ୍ଜଳୀ ଗୁରୁମା, ଶରତ ଗୁରୁଜୀ, ଯାମିନୀ ଗୁରୁମା, ଲିଲି ଗୁରୁମା ପ୍ରମୁଖ ଶିକ୍ଷାଦାନ କରିଥିଲେ । ଉଦଯାପନୀ ସମାରୋହରେ ସୁଶ୍ରୀ ମମତା ଗୁରୁ ଯୋଗଦେଇ ହିନ୍ଦୁ ଘରର ସଂକଳ୍ପନା ବିଷୟରେ ଆଲୋକପାତ କରିଥିଲେ । ଦିବା ପର୍ଯ୍ୟାୟ ପ୍ରମୁଖ ମୁଦିରଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଶିଶୁ ବାଟିକା ବିଭାଗରୁ ୧୫୨ଜଣ ମା’ ଯୋଗଦେଇ ଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।