ପିଏମ୍‌ଏଫ୍‌ଏମ୍‌ଇର କର୍ମଶାଳା ଓ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାମ୍ବାଦିକ ଭବନ ସମ୍ମିଳନୀ କକ୍ଷଠାରେ ପ୍ରଧାନମନ୍ତ୍ରୀ ଫର୍‌ମାଲେସନ୍‌ ଅଫ୍‌ ମାଇକ୍ରୋ ଫୁଡ୍‌ ପ୍ରୋସେସିଙ୍ଗ୍‌ ଏଣ୍ଟରପ୍ରାଇସ୍‌(ପିଏମ୍‌ଏଫ୍‌ଏମ୍‌ଇ) ଭାବରେ ଏକ କର୍ମଶାଳା ଓ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ଶିଳ୍ପ କେନ୍ଦ୍ର ବଲାଙ୍ଗିର ଓ ଏସ୍‌ପିଏମ୍‌ୟୁ ପିଏମ୍‌ଏଫ୍‌ଏମ୍‌ଇ ଟିମ୍‌ ଓଡିଶାର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ବିଷ୍ଣୁ ପ୍ରସାଦ ଦାଶ ସାଧାରଣ ପରିଚାଳକ ଜିଲ୍ଲା ଶିକ୍ଷା କେନ୍ଦ୍ର ବଲାଙ୍ଗିରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଚିତାନନ୍ଦ ମିଶ୍ର, ଡେପୁଟି କଲେକ୍ଟର ସମ୍ମାନିତ ଅତିଥି ଭାବେ ପି.କେ ଭଞ୍ଜ ଡିଡିଏଚ୍‌ ବଲାଙ୍ଗିର ସୁଭାଷ ଚନ୍ଦ୍ର ବେହେରା, ସିଡିଏଓ ପି. କିସ୍କୁ ଏଲ୍‌ଡିଏମ୍‌, ତ୍ରିଲୋଚନ ପରିଡା ଓ ପ୍ରଜ୍ଞା ସାମନ୍ତରାୟ ଯୋଗଦେଇ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଧାରଣ ପରିଚାଳକ ଜିଲ୍ଲା ଶିଳ୍ପ କେନ୍ଦ୍ର ପିଏମ୍‌ଏଫ୍‌ଏମ୍‌ଇ ଯୋଜନା ଉପରେ ବିସଦ୍‌ ଆଲୋଚନା କରିଥିଲେ । ତ୍ରିଲୋଚନ ପରିଡା ପିଏମ୍‌ଏଫ୍‌ଏମ୍‌ଇ କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଟିମ୍‌ ଦୀପା ଆଇଟିଆଇର ଛାତ୍ର ଓ ଉଦ୍ୟୋଗୀମାନେ ଯୋଗଦାନ କରିଥିଲେ । କେନ୍ଦ୍ର ଅଧିକାରୀ ନିରୋଜ ରଞ୍ଜନ ପାଣିଗ୍ରାହୀ ଏହାକୁ ପରିଚାଳନା କରିଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.