ବରିଷ୍ଠ ନାଗରିକଙ୍କ ସାଇବର ସୁରକ୍ଷା କର୍ମଶାଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରିଷ୍ଠ ନାଗରିକମାନଙ୍କ ସାଇବର ସୁରକ୍ଷା ସଚେତନତା ଓ ଡିଜିଟାଲ ଲିଟ୍ରେସି ସଂପର୍କରେ ଏକ କର୍ମଶାଳା ହେଲ୍ପଏଜ୍ ଇଣ୍ଡିଆ ଏନ୍‌ଜିଓ ଦ୍ୱାରା ପଦ୍ମପୁର ଉପଜିଲ୍ଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବରଗଡ ଜିଲ୍ଲାର ବରିଷ୍ଠ ନାଗରିକ ସଂଘର ଜିଲ୍ଲା ସଭାପତି ପ୍ରମୋଦ ଝାଙ୍କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କର୍ମଶାଳାରେ ମୁଖ୍ୟ ଅତିଥି ରୂପେ ପଦ୍ମପୁର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ସମ୍ମାନିତ ଅତିଥି ରୂପେ ବିନାୟକ ମିଶ୍ର, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଗୌନ୍ତିଆ କୁମାର ସାହୁ ଜିଲ୍ଲା, ଉପସଭାପତି, ଗୋବିନ୍ଦ ଦାଶ ଯୁଗ୍ମ ସଂପାଦକ, ପୋଲିସ ଅଧିକାରୀ ଶରତ ପ୍ରଧାନ । ଏହି କାର୍ଯ୍ୟକ୍ରମରେ ହେଲ୍ପଏଜ୍‌ ଇଣ୍ଡିଆ ତରଫରୁ ଦେବଶ୍ରୀ ବ୍ରହ୍ମା ଓ ଅସୀମା ମିଶ୍ର, ବରିଷ୍ଠ ନାଗରିକମାନେ କିପରି ଭାବରେ ସାଇବର କ୍ରାଇମର ଶିକାର ହେଉଛନ୍ତି ଓ କେଉଁ କେଉଁ ଉପାୟରେ ତାକୁ ରୋକାଯାଇ ପାରିବ ସେ ଉପରେ ବିସ୍ତୃତ ଭାବରେ ତାଲିମ ଦେଇଥିଲେ । ଏହାପରେ ବରିଷ୍ଠ ନାଗରିକମାନେ ନିଜ ନିଜର ସଂଦେହ ମଧ୍ୟ ପଚାରି ବୁଝିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ରାମଚନ୍ଦ୍ର ତ୍ରିପାଠୀଙ୍କ ସହିତ ମନୋରଞ୍ଜନ ସିଂ ବରିହା, ଜୟନାରାୟଣ ତ୍ରିପାଠୀ, ଡିଗ୍ରୀଲାଲ ଦାଶ, ଶାନ୍ତନୁ ପାଣିଗ୍ରାହୀ, ନନ୍ଦକିଶୋର ମାଝୀ, ନନ୍ଦକିଶୋର ଧରୁଆ, ବିଷ୍ନୁ ଥାପ୍ପା, ଭୂପତ ପାରମାର, ରାଜକିଶୋର ଯୋଶୀ, ସନ୍ତୋଷ ମହାନ୍ତି, ରାମଲାଲ କଣ୍ଟା, ଗୋବର୍ଦ୍ଧନ ବାଗ୍ ପ୍ରମୁଖ ଉପସ୍ଥିତ ଥିଲେ । ସଭା ଶେଷରେ ବରିଷ୍ଠ ନାଗରିକ ସମାଜସେବୀ ନିରୋଜ ଦୋରା ଏହି କାର୍ଯ୍ୟକ୍ରମକୁ ସଫଳ ଭାବେ ରୂପାୟନ କରିଥିବାରୁ ପ୍ରଶାସନିକ ଅଧିକାରୀ ତଥା ବରିଷ୍ଠ ନାଗରିକ ଓ ହେଲ୍ପଏଜ୍‌ ଇଣ୍ଡିଆର ସଦସ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.