jayashree

‘ମାସ୍କୋ’ ଓ ‘କାର୍ପ୍’ ଦ୍ଵାରା ଜାତୀୟ ସଂହତି କର୍ମଶାଳା ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ମାସ୍କୋ’ ଓ ‘କାର୍ପ୍’ ଦ୍ଵାରା ଏକ ଜାତୀୟ ସଂହତି କର୍ମଶାଳା ସ୍ଥାନୀୟ ମାସ୍କୋ ଓ କାର୍ପ୍ର ସମ୍ମିଳନୀ କକ୍ଷଠାରେ ୭୫ ତମ ସ୍ଵାଧୀନତା ଦିବସ ଅବସରରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମ ଅଧିବେଶନରେ ଏହି କାର୍ଯ୍ୟକ୍ରମଟିକୁ ସମାଜସେବୀ ତଥା ସୁସାହିତ୍ୟିକ ଡାକ୍ତର ରାମକୃଷ୍ଣ ସାହୁ ସଭାପତିତ୍ୱ କରିଥିଲେ । ମାସ୍କୋ ଓ କାର୍ପ୍ ଦ୍ଵାରା ହାତକୁ ନିଆଯାଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରି ଏହି କାର୍ଯ୍ୟକ୍ରମଟିରେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଉଦ୍ଘୋଷକ ହୃଷିକେଶ ପାଣିଗ୍ରାହୀ ଯୋଗଦେଇ ଜାତୀୟ ସଂହତି ରକ୍ଷା କରିବାରେ ଭାରତୀୟ ମାନଙ୍କର ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ପର୍କରେ ତାତ୍ତ୍ଵିକ ଆଲୋଚନା ଦେଇଥିଲେ । ମୁଖ୍ୟବକ୍ତା ଭାବେ ଡୋରା ସ୍ଥିତ ରାମନାରାୟଣ ବିଶ୍ଵବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ବନମାଳୀ ପାଣିଗ୍ରାହୀ ଯୋଗଦେଇ ସର୍ବଧର୍ମର ବ୍ୟକ୍ତି ବିଶେଷଙ୍କୁ ଏକତା ରକ୍ଷା କରିବା ପାଇଁ କହିଥିଲେ । ସମ୍ମାନୀତ ବକ୍ତା ଭାବେ ଡାକ୍ତର ରାଜେନ୍ଦ୍ର କୁମାର ବେହେରା ଯୋଗଦେଇ ସ୍ଵାଧୀନତା ପୂର୍ବ ସମୟର କଥାସବୁ ସ୍ମରଣ କରାଇଥିଲେ । ସମ୍ମାନୀତ ଅତିଥି ଭାବେ ଉମା ଚରଣ ମିଶ୍ର ଯୋଗଦେଇ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ପ୍ରଚଳିତ ଥିବା ଆଦିବାସୀ ଭାଷା ସମ୍ପର୍କରେ ଆଲୋକପାତ କରିଥିଲେ । ଦ୍ଵିତୀୟ ଅଧିବେଶନରେ କୁକୁଡାଖଣ୍ଡି ବ୍ଲକର ବିଡ଼ିଓ ତଥା ଲେଖକ ଗଦାଧର ପାତ୍ର ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ରୀୟ ସଂହତି ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଡାକ୍ତର ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ଡକ୍ଟର ବି. ମହାରଣା, ବିଜୟ କୁମାର ପାଣି ଯୋଗଦେଇ ଦେଶର ଅଖଣ୍ଡତା ଉପରେ ଆଲୋକପାତ କରିଥିଲେ । ଏହା ପୂର୍ବରୁ ମାସ୍କୋ ଓ କାର୍ପ୍‌ର ଅଫିସ ତଥା ରାଜାରାଣୀ ଡ୍ରିମ୍ ହୋମ୍‌ର ପରିସରରେ ୭୫ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ, ସୁନିଲ କୁମାର ସାବତ, ସ୍ମରଣିକା ସାମନ୍ତରାୟ, ପପୁନ୍ କୁମାର ମହାରଣା, ସମୀର କୁମାର ବେହେରା, ପିଙ୍କୁ ସାବତ ଏବଂ ଶ୍ରୀମତୀ ସୁନନ୍ଦା ପାଢ଼ୀ ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ମାସ୍କୋ ପକ୍ଷରୁ ସମାଜସେବା ପାଇଁ ପିଙ୍କୁ ସାବତଙ୍କୁ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଗୌତମ ସାହୁ, ପ୍ରକାଶ ଚନ୍ଦ୍ର ବିଷୋୟୀ, ଦୀପକ କୁମାର ସାହୁ, କାହ୍ନୁ ଚରଣ ସ୍ୱାଇଁ, ସଚିନ କୁମାର ଦଳବେହେରା, ରୁନିତା କୁମାରୀ ଦାଶ, ସୁନୀତା ପାଣି, ପ୍ରତିମା ମହାରଣା, ପି ସରସ୍ଵତୀ ରାଓ, ସ୍ମିତା ପଣ୍ଡା, ମଞ୍ଜୁ ସାହୁ, ସୌମ୍ୟା ସୁଭସ୍ମିତା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଶ୍ରୀମତୀ ସୁନନ୍ଦା ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.