ଚୁଡାପାଲି ଶିଶୁମନ୍ଦିରରେ ମାତୃ କର୍ମଶାଳା

ଚୁଡାପାଲି, (କେପିଏନ୍‌ଏସ୍‌) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଚୁଡାପାଲି ଶିଶୁ ବାଟିକା ବିଭାଗର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।କର୍ମଶାଳାର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ରୂପେ ସରକାରୀ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ପ୍ରଧ୍ୟାପିକା ସୁଶ୍ରୀ ସାଗରିକା ମିଶ୍ର ଦ୍ୱୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶମ୍ଭୁ ପ୍ରସାଦ ମହାକୁର ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଶିଶୁବାଟିକା ପ୍ରମୁଖ ସୁଶ୍ରୀ ରୀନାରାଣୀ ଜେନା କର୍ମଶାଳାର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ପରିଚାଳନା ସମିତିର ସମ୍ପାଦକ ସୂର୍ଯ୍ୟମଣି ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଶିଶୁ ବାଟିକାର ଗୁରୁମାମାନେ ବିଭିନ୍ନ ଶୈକ୍ଷିକ କାଳାଂଶ କରିଥିଲେ । ପରିଚାଳନା ସମିତିର ସମସ୍ତ ସଭ୍ୟ ସଭ୍ୟାଙ୍କ ସହଯୋଗ ଓ ଗୁରୁଜୀ ଗୁରୁମାମାନଙ୍କର ସହଯୋଗରେ କାର୍ଯ୍ୟକ୍ରମଟି ସମାପିତ ହୋଇଥିଲା ।

jittmm
Leave A Reply

Your email address will not be published.