ଶିଶୁ ବିଦ୍ୟା ମନ୍ଦିର ଚୁଡାପାଲିରେ ମାତୃ କର୍ମଶାଳା ଅନୁଷ୍ଠିତ

ଚୁଡାପାଲି, (ରାଜେଶ ଦଣ୍ଡସେନା) : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚୁଡ଼ାପାଲି ଠାରେ ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ଚୁଡ଼ାପାଲି ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ନନ୍ଦ ଦ୍ୱୀପ ପ୍ରଜ୍ୱଳନ ପୂର୍ବକ କର୍ମଶାଳା ଶୁଭାରମ୍ଭ କରିଥିଲେ । ମୁଖ୍ୟ ବକ୍ତା ରୂପେ ଦକ୍ଷିଣ ପଶ୍ଚିମ ସମ୍ଭାଗ ଶିଶୁବାଟିକା ପ୍ରମୁଖ ଶ୍ରୀମତୀ ରତ୍ନପ୍ରଭା ଦାସ ହିନ୍ଦୁଘରର ପରିକଳ୍ପନା ବିଷୟରେ ମାର୍ଗଦର୍ଶନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶମ୍ଭୁପ୍ରସାଦ ମହାକୁର ସ୍ଵାଗତ ଅଭିଭାଷଣ ଓ ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ସମ୍ପାଦକ ସୂର୍ଯ୍ୟମଣି ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଶିଶୁ ବାଟିକା ପ୍ରମୁଖ ସୁଶ୍ରୀ ରୀନା ରାଣୀ ଜେନା କର୍ମଶାଳାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପରିଚାଳନା କମିଟିର ଉପସଭାପତି କ୍ଷେତ୍ରବାସି ଭୋଇ ଏବଂ ସଭ୍ୟା ଶ୍ରୀମତୀ ଦୁଲ୍ଲଣୀ ମେହେର ଉପସ୍ଥିତ ଥିଲେ । ମଞ୍ଚ ପରିଚାଳନା ପବିତ୍ର ବାରିକ କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା ଏବଂ ସେବିକାଙ୍କ ସହଯୋଗରେ କର୍ମଶାଳାଟି ସଫଳ ହୋଇଥିଲା ।

Leave A Reply

Your email address will not be published.