ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ମିଶନ ଶକ୍ତି ଭବନ ଠାରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଓଡ଼ିଶା ଆନୁକୂଲ୍ୟରେ କଳାହାଣ୍ଡି ଜିଲ୍ଲାର ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ କର୍ତ୍ତବ୍ୟ ଓ ଜିଲ୍ଲା ପ୍ରଶାସନର ସହଯୋଗରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ ମହିଳା ଅଧିକାର ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମିଶନ ଶକ୍ତିର ବିଭିନ୍ନ ମହିଳା କର୍ମୀ, ସ୍ୱୟଂ ସହାୟିକା ଗୋଷ୍ଠୀର ବିଭିନ୍ନ ମହିଳାମାନେ ଉପସ୍ଥିତ ରହି କର୍ମଶାଳାରେ ସକ୍ରିୟ ଅଂଶ ଗ୍ରହଣ କରିଥଲେ । ସଂପୃକ୍ତ ସଚେତନ କର୍ମଶାଳାରେ ସମାଜ ସେବୀ ଶେଷଦେବ ବେହେରା ଅଧ୍ୟକ୍ଷତା କରିଥିବା ବେଳେ ଏ ପି ପି ସୌଦାମିନୀ ଦ୍ୱିବେଦୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଉପସ୍ଥିତ ମହିଳାମାନଙ୍କୁ ବିଭିନ୍ନ ଦିଗ ଉପରେ ସଚେତନ କରିଥଲେ । ବ୍ଲକ ସଂଯୋଜକ ରୋହିତ ବିଶ୍ଵାଳ, ପ୍ରିୟଙ୍କ ନିଆଲ, ସମାଜ ସେବୀ କୃଷ୍ଣ ଚନ୍ଦ୍ର ରାଉତ, ସାମ୍ବାଦିକ ଅଶ୍ରଫ ଅଲ୍ଲୀ ପ୍ରମୁଖ ମଞ୍ଚାସୀନ ଥିବା ବେଳେ କର୍ତ୍ତବ୍ୟର ପ୍ରକଳ୍ପ ନିର୍ଦ୍ଦେଶକ ରାଜେଶ କୁମାର ପଟ୍ଟନାୟକ ଆଭିମୁଖ୍ୟ ଉପରେ ଆଲୋକପାତ କରିଥଲେ । କର୍ମଶାଳାରେ ଡିଜିଟାଲ କୌଶଳ, ପ୍ରଯୁକ୍ତି ଜ୍ଞାନ, ଆଇନ ଗତ ଅଧିକାର, ସଚେତନତା, ମହିଳା ଉଦ୍ୟମୀଙ୍କ ବଜାର ସୁବିଧା, ଆର୍ଥିକ ସାକ୍ଷରତା ସମ୍ପର୍କରେ ଆଲୋଚନା କରାଯାଇଥିଲା ।
Next Post