ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ଦ୍ଵିଦିବସୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା ମେଳା ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ପ୍ରଥମେ ବାଗଦେବୀ ମାଁ ସରସ୍ଵତୀଙ୍କ ଫଟୋଚିତ୍ରରେ ଧୂପଦୀପ ପୁଷ୍ପ ମାଲ୍ୟାର୍ପଣ କରି ପୂଜାର୍ଚ୍ଚନା କରାଯାଇଥିଲା । ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ରୋତସ୍ୱିନି ମାଝୀ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ମୁରିବାହାଲ କ୍ଳଷ୍ଟରର ସିଆରସିସି ହୃଷିକେଶ ଶିକାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସରେ ମୁରିବାହାଲ କ୍ଳଷ୍ଟରର ୧୦ଟି ବିଦ୍ୟାଳୟର ଏଫ୍ଏଲ୍ଏନ୍ ଶିକ୍ଷକ ଯୋଗ ଦେଇଥିଲେ । ପ୍ରଥମ ଦିବସରେ ସେମାନେ ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ପିଲାଙ୍କ ଏଫ୍ଏଲ୍ଏନ୍ର ଭାଷାଜ୍ଞାନ ସଂପର୍କିତ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଶିକ୍ଷକମାନେ ହେଲେ ମଦନ ବାଗ, ନୃପରାଜ ମାଝୀ, ପଦ୍ମାବତୀ ମେର୍ଲ୍ଲି, ସଂଯୁକ୍ତା ପଣ୍ଡା, ଶିବ ପ୍ରସାଦ ଦୀପ, ଜୀବର୍ଦ୍ଧନ ପାଣ୍ଡେ, ପ୍ରଭାସିନୀ ଧରୁଆ, କେଶବନ୍ତ ବେହେରା, ବାସନ୍ତୀ ଦୀପ ଓ ଚରଣ ଦଲେଇ ପ୍ରମୁଖ ଥିବା ଜଣାପଡିଛି ।