ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଡିଆଇସି ପକ୍ଷରୁ କେନ୍ଦ୍ର ସରକାରଙ୍କ ପିଏମ୍ଏଫ୍ଏମ୍ଇ ଯୋଜନାକୁ ନେଇ ବଲାଙ୍ଗିର ସାମ୍ବାଦିକ ଭବନରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ନୂତନ ହିତାଧିକାରୀମାନେ କିଭଳି ଏହି ଯୋଜନାରୁ ଲାଭ ଉଠାଇ ପାରିବେ, ସେ ସଂପର୍କରେ ସଚେତନ କରାଯିବାକୁ ଏହି କର୍ମଶାଳାର ଆୟୋଜନ କରାଯାଇଥିବା ବଲାଙ୍ଗିର ଡିଆଇସି ଜିଏମ୍ ବିଶ୍ୱେଶ୍ୱର ଦାଶ କହିଛନ୍ତି । ମାଇକ୍ରୋ ଫୁଡ଼୍ ପ୍ରୋସେସିଂ ଦିଗରେ କାମ କରୁଥିବା ହିତାଧିକାରୀମାନଙ୍କୁ କେନ୍ଦ୍ର ସରକାରଙ୍କ ଏହି ଯୋଜନା ବିଶେଷ ସହାୟକ ହେବ ବୋଲି କୁହାଯାଇଛି ।
Prev Post