oom

ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ କ୍ୟାଡେଡ୍‌ଙ୍କୁ ନେଇ ଜୀବନ କୌଶଳ ପଦ୍ଧତି କର୍ମଶାଳା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦାଇପାଲି ସ୍ଥିତ ସୁଶ୍ରୀ ବୈଷୟିକ ଶିକ୍ଷା ଅନୁଷ୍ଠାନ (ସାଇଟ୍‌) ପରିସରରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଶିବିରରେ ଏନ୍‌ସିସି କ୍ୟାଡେଡ୍‌ଙ୍କୁ ନେଇ ଜୀବନ କୌଶଳ ପଦ୍ଧତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ୧୧- ଓଡିଶା ବିଏନ୍‌ ଏନ୍‌ସିସି, କମାଣ୍ଡିଂ ଅଫିସର କର୍ଣ୍ଣେଲ କେଦାରନାଥ ସାହୁଙ୍କ ତତ୍ତ୍ୱାବଧାନରେ କାର୍ୟ୍ୟକ୍ରମରେ ବଲାଙ୍ଗିର, କଳାହାଣ୍ଡି, କେନ୍ଦୁଝର, ସୋନପୁର, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ, ନୂଆପଡ଼ା ପ୍ରମୁଖ ୧୦ ଟି ଜିଲ୍ଲାର ମୋଟ ୫୯୯ ଜଣ ଏନ୍‌ସିସି କ୍ୟାଡେଡ୍‌ ଯୋଗ ଦେଇଥିଲେ । ପ୍ରାଥମିକ ଚିକିତ୍ସା ଫାଷ୍ଟ୍‌ ଏଡ଼ର ରଶ୍ମି ରାଣୀ ଦାଶ, ବିପତ୍ତି ଓ ବିପର୍ୟ୍ୟୟ ପରିଚାଳନା ସାଧନା କର୍ମୀ ବନମାଳୀ ମେହେର, ଫାଷ୍ଟ ଏଡର ପ୍ରଭାକର ଛନ୍ଦ, ବିପତ୍ତି ଓ ବିପର୍ୟ୍ୟୟ ପରିଚାଳନା ସାଧନା କର୍ମୀ ଯଦୁମଣୀ ବଗର୍ତ୍ତୀ, ଫାଷ୍ଟ ଏଡର ହେମନ୍ତ କୁମାର ସାମଲ, ରାଜ୍ୟ ରକ୍ଷକ ମାଷ୍ଟର ଟ୍ରେନର ରାମ ନାରାୟଣ ଦାଶ ଯୋଗଦେଇ ପ୍ରାଥମିକ ଚିକିତ୍ସା, ବିପତ୍ତି ଓ ବିପର୍ୟ୍ୟୟ , ଗୁଡ଼ ସମରୀଟେଣ୍ଡ ବିଷୟରେ ତାଲିମ ପ୍ରଦାନ କରିଥିଲେ । ବିପତ୍ତି ଓ ବିପର୍ୟ୍ୟୟ , ପ୍ରାଥମିକ ଚିକିତ୍ସା, ଗୁଡ଼ ସମରୀଟେଣ୍ଡ ଉଦ୍ଦେଶ୍ୟ ଓ ଆବଶ୍ୟକତା ବିଷୟରେ ବୁଝାଇବା ସହ ଡେମୋନଷ୍ଟ୍ରେସନ ମାଧ୍ୟମରେ ରିକଭରି ପୋଜିସନ, ସକ୍, ମୁର୍ଚ୍ଛା, ଅସ୍ଥିଭଗ୍ନ, ରକ୍ତସ୍ରାବ, ଏପିଲେପସି, ବ୍ୟାଣ୍ଡେଜିଙ୍ଗ , ଆହତ ବ୍ୟକ୍ତିକୁ ସ୍ଥାନାନ୍ତରିତ କୌଶଳ, ଅଗ୍ନିରୁ ସୁରକ୍ଷା ପାଇବା ଉପାୟ ତଥା ଗୁଡସମରିତାନର ଭୂମିକା ଭଳି ବିଭିନ୍ନ କୌଶଳ ତାଲିମ ଦେଇଥିଲେ । ଅନ୍ଧବିଶ୍ୱାସରୁ ଦୁରେଇ ବୈଜ୍ଞାନିକ ପଦ୍ଧତି ଅନୁସାରେ ଆହତ ବ୍ୟକ୍ତି କ’ଣ କରିବା ଉଚିତ, କଣ ନକରିବା ତାହା ବୁଝାଇଥିଲେ । ଏହି ଅବସରରେ ଛତ୍ରଛାତ୍ରୀମାନଙ୍କୁ ୧୧୨ ଫୋନ ନମ୍ବର ବିଷୟରେ ସୂଚନା ପ୍ରଦାନ କରିଥିଲେ । କାର୍ୟ୍ୟକ୍ରମ ଶେଷରେ ଏନସିସି ଅଫିସର ରମାଇଁ ରଞ୍ଜନ ସା’ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.