oom

ବିଶ୍ୱ ତାପନ ଏବଂ ପ୍ରାକୃତିକ ସମ୍ବଳ ପରିଚାଳନା କର୍ମଶାଳା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାଲେକ୍ସି ଯୁକ୍ତ ୨ କଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବଲାଙ୍ଗିର ପରିସରରେ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ଆନୁକୂଲ୍ୟରେ ତଥା ସ୍କୋପ ଅନୁଷ୍ଠାନ ବଲାଙ୍ଗିର ସହଯୋଗରେ ବିଶ୍ୱ ତାପନ ଏବଂ ପ୍ରାକୃତିକ ସମ୍ବଳ ପରିଚାଳନା ଉପରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ସାଧନ କର୍ମୀ ଡ. ବି.ଏନ୍‌.ଶ୍ରୀକାନ୍ତ ଉପସ୍ଥିତ ରହି ଅଂଶଗ୍ରହଣକାରୀଙ୍କୁ ବିଶ୍ୱ ତାପନ କ’ଣ, ଏହାର କାରଣ ଏବଂ ତାକୁ ହ୍ରାସ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ଆଲୋଚନା କରିଥିଲେ । ଅନ୍ୟତମ ସାଧନ କର୍ମୀ ବୀଣାପାଣି ଶିକ୍ଷା ସୌଧର ପରିଚାଳନା ନିର୍ଦ୍ଦେଶକ ଅଶୋକ କୁମାର ମେହେର ଉପସ୍ଥିତ ଅଂଶଗ୍ରହଣକାରୀଙ୍କୁ ବିଭିନ୍ନ ପ୍ରାକୃତିକ ସମ୍ବଳ ଉପରେ ଅବଗତ କରାଇ ଏହାର କ୍ଷୟ ତଥା ଦୂଷିତ ହେବାର କାରଣ ସବୁକୁ ଆଲୋଚନା କରି ତାର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ବୁଝାଇଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସ୍କୋପ ଅନୁଷ୍ଠାନର ସଂପାଦକ କିରନ ପ୍ରସାଦ । କର୍ମଶାଳାରେ ଉପସ୍ଥିତ ଥିଲେ ଗେଲେକ୍ସିର ଅଧ୍ୟକ୍ଷ ସଚ୍ଚିଦାନନ୍ଦ ସାହୁ, ଅଧ୍ୟାପିକା ଜ୍ୟୋସ୍ନାମୟୀ ହୋତା ଏବଂ ସୁଶ୍ରୀ ସାମରିକା ବାରିକ ଏବଂ ଆଦିତ୍ୟ ଏଜୁକେସନାଲ୍‌ ଟ୍ରଷ୍ଟର ଶଙ୍କର୍ଷଣ ତ୍ରିପାଠୀ କର୍ମଶାଳାରେ ଉପସ୍ଥିତ ଥିଲେ । ପ୍ରାୟ ୬୦ ଜଣ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.