ପାଇକମାଲ ଗ୍ରାମ ପଞ୍ଚାୟତ ସ୍ତରୀୟ ଲକ୍ଷେଘର ଗଣ୍ତା ସମାଜ କର୍ମକର୍ତ୍ତା ନିର୍ବାଚନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଗ୍ରାମ ପଞ୍ଚାୟତ ସ୍ତରୀୟ ଲକ୍ଷେଘର ଗଣ୍ତା ସମାଜର ସଭ୍ୟମାନଙ୍କର ଉପସ୍ଥିତରେ ଏକ ସାଧାରଣ ସଭା ପାଇକମାଲ ସ୍ଥିତ ସାଲେପାଲି ଗ୍ରାମଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କ୍ଷେତ୍ରୀ ଲୁହାରଙ୍କ ସଭାପତିତ୍ୱରେ ପାଇକମାଲ ଗ୍ରାମ ପଞ୍ଚାୟତ ସ୍ତରୀୟ ଲକ୍ଷେଘର ଗଣ୍ତା ସମାଜର କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା । ସମାଜର ବିଭିନ୍ନ କ୍ଷେତ୍ରରେ ଆଲୋଚନା କରାଯାଇଥିଲା । ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତାମାନେ ଚୟନ କରାଯାଇଥିଲା । ସେମାନେ ହେଲେ ସଭାପତି ଧନସିଂ ତାଣ୍ତି, ଉପସଭାପତି ଦିବାକର ତାଣ୍ତି, ସଂପାଦକ ଗୋକୁଳ ହଂସ, ସହସମ୍ପାଦକ କୃଷ୍ଣ ଚନ୍ଦ୍ର କଲେତ, କୋଷାଧ୍ୟକ୍ଷ ମଧୁସୂଦନ ତାଣ୍ତି, କାର୍ଯ୍ୟକାରିଣୀ ସଦସ୍ୟ ମୁକେଶ୍ଵର ବାଗ ଭାବରେ ନିର୍ବାଚିତ ହୋଇଥିଲେ । ନିର୍ବାଚିତ କର୍ମକର୍ତ୍ତା ଗଣଙ୍କୁ ସଭାର ସଭାପତି କ୍ଷେତ୍ରୀ ଲୁହାର ଶପଥ ପାଠ କରାଇଥିଲେ । ନିମନ୍ତ୍ରିତ ଅତିଥି ଭାବରେ ଯୁଗଳ କିଶୋର ମହାନନ୍ଦ, ଧର୍ମସିଂ ତାଣ୍ତି, ଯୁଧିଷ୍ଠିର ଚାନ୍ଦ, ଗଣେଶ ସୁନା, ଦେବାର ଛତର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.