ଛତ୍ରପୁର ନୃତ୍ୟଶିଳ୍ପୀ ଗୁରୁ ସଂଘ କର୍ମକର୍ତ୍ତା ଚୟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳରେ ବହୁ ଲୋକକଳା ଓ ମୋର୍ଡନ୍ ଆର୍ଟସ ସଂଗଠନ ରହିଛି । ଛତ୍ରପୁର ଏକ ସଂସ୍କୃତିର ସହର ଭାବେ ପରିଚିତ ହୋଇ ଆସିଥିବା ବେଳେ ଏହି ସହରରେ ସଂସ୍କୃତିର ସୁରକ୍ଷା ଓ ପରିଭାଷାକୁ ବଜାଇ ରଖିବା ନିମନ୍ତେ ନୃତ୍ୟଶିଳ୍ପୀ ଗୁରୁମାନଙ୍କର ଏକ ମଜବୁତ୍ ସଂଗଠନ ପୁନଃ ଗଠିତ ହୋଇଛି । ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବ୍ୟାଘ୍ରଦେବୀଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏକ ଆନୁଷ୍ଠାନିକ ବୈଠକ ଗତ କାଲି ସନ୍ଧ୍ୟାରେ ଆୟୋଜିତ ହୋଇଥିଲା । ନୃତ୍ୟ ସଙ୍ଗୀତ ପରିବେଷଣ ବେଳେ କଳାକୁ ସୁସଂଯୋଜିତ, ବୋଧଗମ୍ୟ ଓ ଶୃଙ୍ଖଳିତ କରିବାକୁ ହେବ ବୋଲି ଓଡ଼ିଶା ବିଖ୍ୟାତ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ଅଳକା ସାହୁ ଏହି ବୈଠକରେ କହିଛନ୍ତି । ଦ୍ୱିତୀୟ ପର୍ଯ୍ୟୟେରେ ସଙ୍ଘ ତରଫରୁ ନୂତନ କର୍ମକର୍ତ୍ତା ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି । ସଭାପତି ଭାବେ ବରିଷ୍ଠ ସାମ୍ବାଦିକ କେ.ସତ୍ୟନାରାୟଣ ରେଡ୍ଡୀଙ୍କୁ ସଭାପତି, ଉପ-ସଭାପତି ଭାବେ ପ୍ରଶାନ୍ତ କୁମାର ପଟ୍ଟନାୟକ, ସଧାରଣ ସମ୍ପାଦକ ଭାବେ ଜୀବନ କୁମାର ମହାରଣା, ସହ-ସମ୍ପାଦକ ଭାବେ ରିଙ୍କୁ ନାୟକ, କୋଷାଧ୍ୟକ୍ଷ ଭାବେ ପୂର୍ଣ୍ଣନ୍ଞ୍ଜୟ ଜେନା ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବେ ସମୀର କୁମାର ବେହେରା, ଅମୂଲ୍ୟ ବାଙ୍ଗାରୀ, ରାମେଶ୍ୱର ପଣ୍ଡା, ଏମ୍. ରବିନ୍ଦ୍ର ରେଡ୍ଡୀ, ଟି. ସୁରେଶ ରାଓ ପ୍ରମୁଖ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବା ବେଳେ ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ଶ୍ରୀମତୀ ଅଳକା ସାହୁ, ସ୍ୱେଚ୍ଛାସେବୀ ସଂଗଠନ ୟୁଥ୍ ମାସ ସେବା ସଂଘର ପ୍ରତିଷ୍ଠାତା ସମ୍ପାଦକ ସୟେଦ୍ ମୁକ୍ତାର୍, ପୂର୍ବତନ କାଉନସିଲର ରାଜେଶ୍ ସାହୁ ପ୍ରମୁଖଙ୍କୁ ସର୍ବସମ୍ମତି କ୍ରମେ ଉପଦେଷ୍ଟା ମଣ୍ଡଳୀ କମିଟିରେ ମନୋନୀତ କରାଯାଇଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । କର୍ମକର୍ତ୍ତା ଚୟନ ପ୍ରକିୟା ପରେ ମନୋନୀତ ନେତ୍ତୃବର୍ଗଙ୍କୁ ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

jittmm
Leave A Reply

Your email address will not be published.