oom

ପଶ୍ଚିମ ଓଡିଶା ପ୍ରଯୋଜକ ସଂଘର ବୈଠକ ଏବଂ କର୍ମକର୍ତ୍ତା ଚୟନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାମ୍ବାଦିକ ଭବନଠାରେ ପଶ୍ଚିମ ଓଡିଶା ପ୍ରାଯୋଜକ ସଂଘର ବୈଠକ ଏବଂ କର୍ମକର୍ତ୍ତା ଚୟନ ହୋଇଯାଇଛି । ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରୁ ହାରାହାରି ପଚାଶ ଜଣ ପ୍ରଯୋଜକ ଏବଂ କଳାକାର ଏହି ବୈଠକରେ ଯୋଗଦେଇ ନିଜର ସୁଚିନ୍ତିତ ମତାମତ ଦେଇଥିଲେ । ୨୦୦୫ ମସିହାରେ ଗଠନ କରାଯାଇଥିବା ଏହି ସଂଘ ବିିଭିନ୍ନ ସମୟରେ ପ୍ରଯୋଜକ ଏବଂ କଳାକାରମାନଙ୍କ ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିଲା । ପ୍ରଯୋଜକମାନେ ଅଡିଓ କେସେଟ୍ ଓ ଭିଡିଓ କେସେଟ୍ ତିଆରି କରି କଳାକାରମାନଙ୍କୁ କାମ ଯୋଗାଇଦେବା ସଙ୍ଗେ ସଙ୍ଗେ ନିଜେ ମଧ୍ୟ କିଛି ରୋଜଗାର କରିପାରୁଥିଲେ । କିନ୍ତୁ ବର୍ତ୍ତମାନ ପରିସ୍ଥିତି ବଦଳି ଯାଇଛି । ଧିରେ ଧିରେ କେସେଟ୍ ବିକ୍ରୟ ବନ୍ଦ ହୋଇଯାଇଥିବା ବେଳେ ଡିଜିଟାଲ ଦୁନିଆର ଆରମ୍ଭ ହୋଇଯାଇଛି । ୟୁଟିୟୁବ ତଥା ବିଭିନ୍ନ ସୋସିଆଲ ମିଡିଆରୁ କେମିତି ରୋଜଗାର କରିହେବ ତଥା କଳାକାରମାନେ କେମିତି କାମ ଅଧିକରୁ ଅଧିକ ପାଇପାରିବା ସଙ୍ଗେ ରୋଜଗାର ମଧ୍ୟ କରିପାରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା । ସଫଳତା ହାସଲ କରିଥିବା କିଛି ୟୁ ଟ୍ୟୁବର୍ ମଧ୍ୟ ଏହି ଆଲୋଚନାରେ ଅଂଶଗ୍ରହଣ କରି କେମିତି ୟୁ ଟିୟୁବ ମାଧ୍ୟମରୁ ପ୍ରାଯୋଜକମାନେ ରୋଜଗାର କରିପାରିବେ ସେ ବିଷୟରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ପ୍ରାୟଯାଜକ ସଂଘର କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି ଭାବରେ ସୁଧୀର କୁମାର ଆଚାର୍ଯ୍ୟ, କାର୍ଯ୍ୟକାରୀ ସଭାପତି ଶରତ କୁମାର ମହାକୁର, ଉପସଭାପତି ସୁନିଲ ପଣ୍ଡା, ଦୀପକ ରଞ୍ଜନ ସାହୁ, ସମ୍ପାଦକ ଦେବେନ୍ଦ୍ର ସାହୁ, ଯୁଗ୍ମ ସମ୍ପାଦକ ବିନୋଦ କାଲସାଏ, ସଂଗଠନ ସମ୍ପାଦକ ମାଧବ କୁମାର ବାରିକ, କୋଷାଧ୍ୟକ୍ଷ ଅମିତ୍ କୁମାର ପତି (ପିଣ୍ଟୁ), କାର୍ଯ୍ୟାଳୟ ସମ୍ପାଦକ ମନୋଜ ସିଂ, ପରିଚାଳନା କମିଟି ସଦସ୍ୟ ଭାବରେ ଦିଲିପ ପଣ୍ଡା, କେଦାର ଥାନପତି, କିଶୋର ପଧାନ, ସୋମ୍ୟରଞ୍ଜନ ବେହେରା, କିଶୋର ବାଗ, ସୋମନାଥ ଯୋଶୀ, ସରୋଜ କୁମାର ସାହୁ, ସୁରେଶ ପ୍ରସାଦ ରଥ, ମହେଶ ମେହେର, ଦୀପକ କୁମାର ଅଗ୍ରୱାଲ(ରିଙ୍କୁ), ଅନୀତା ତ୍ରିପାଠୀ, ବେଣୀମାଧବ ବେଦବାଗ, ଜନକ ସେଠ, ଯୁଗଳ ସାହୁ, ଉପଦେଷ୍ଠା କମିଟିରେ ଅଜୟ କୁମାର ଦାସ, ଆବେଦ ନାଗ, ମହମ୍ମଦ ଇମ୍ରାନ ଅଲ୍ଲୀ, ନବ ମହତ୍ତମ, ଗୋପାଲ ପଧାନ ଏବଂ ସୁରେନ୍ଦ୍ର ବାବୁ ପ୍ରମୁଖ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ । ଶେଷରେ କଳାକାର ସୁରେନ୍ଦ୍ର ବାବୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.