କ୍ଷୟକ୍ଷତି ଆକଳନ କରିବାକୁ ଯାଇ ବନ୍ଧାପଡିଲେ ବୀମା କମ୍ପାନୀର କର୍ମଚାରୀ

ବରଗଡ, (ମୁନ୍ନା ସାହୁ) : ବନ୍ଧାପଡିଲେ ବୀମା କମ୍ପାନୀର କର୍ମଚାରୀ । ଜିଲ୍ଲାପାଳ କାର୍ଯ୍ୟାଳୟରେ ଅପରାହ୍ନ ୩.୩୦ସମୟରେ ପ୍ରତିକ୍ରିୟା ରଖିଲେ ଚାଷୀ ନେତା ରମେଶ ମହାପାତ୍ର । ବରଗଡ଼ ଜିଲ୍ଲା ସିଂହେଁନପାଲି ଗାଁକୁ କ୍ଷୟକ୍ଷତି ଅକାଳନ କରିବା ପାଇଁ ବୀମା କମ୍ପାନୀର କର୍ମଚାରୀ ଆସିଥିବା ବେଳେ ଚାଷୀଙ୍କୁ ବିଭିନ୍ନ ବାହାନା କରି ଏହା ଅନ୍ୟ ଜମି ବୋଲି କହିବା ସହ ଚାଷୀଙ୍କ କଥା ଶୁଣି ନ ଥିଲେ, ଏନେଇ ଚାଷୀ ଅସନ୍ତୋଷ ହୋଇ ବୀମା କମ୍ପାନୀର କର୍ମଚାରୀ ମାନଙ୍କୁ ବନ୍ଧା ରଖିଛନ୍ତି । ତେବେ ଚାଷୀଙ୍କ କ୍ଷୟକ୍ଷତି ଆକଳନ ପାଇଁ ବୀମା କମ୍ପାନୀକୁ କହିବା ବେଳେ ୧୦ ଦିନ ପରେ ଯିବୁ ବୋଲି କମ୍ପାନୀ କର୍ମଚାରୀମାନେ କହୁଛନ୍ତି ଏବଂ ବିଭିନ୍ନ ବାହାନା କରୁଛନ୍ତି ଯାହାକୁ ନେଇ ଚାଷୀ ଅସନ୍ତୋଷ ହେବା ସହ ଯେତେ ଦିନ ପର୍ଯ୍ୟନ୍ତ ପ୍ରଶାସନିକ ଅଧିକାରୀ ନ ଆସିବେ ବୀମା କମ୍ପାନୀର କର୍ମଚାରୀ ମାନଙ୍କୁ ଛାଡ଼ିବେ ନାହିଁ ବୋଲି ଚାଷୀମାନେ ଜଣାଇଛନ୍ତି ।

jittmm
Leave A Reply

Your email address will not be published.