ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ନୃସିଂହ ମନ୍ଦିର ପରିସରରେ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ଉପସଭାପତି ପ୍ରସନ୍ନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକ ପ୍ରାରମ୍ଭରେ ଯୁଗ୍ମ ସଂପାଦକ ପୁରୁଶୋତ୍ତମ ପଣ୍ଡା ଗତ ବୈଠକର ବିବରଣୀ ପାଠ କରିଥିଲେ । ପରେ ସଂଘ ନାଁରେ ଥିବା ଫିକ୍ସଡ ଡିପୋଜିଟକୁ ନବୀକରଣ କରିବା ଓ ଅବସର ପ୍ରାପ୍ତ କର୍ମଚାରୀମାନଙ୍କ କମୁଟେଡ ପେନସନ ଉପରେ କୋର୍ଟ ଦେଇଥିବା ରାୟ ଉପରେ ସବିଶେଷ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ପ୍ରଦୀପ କୁମାର ସାହୁ, ଦଶରଥ ବାଘ, ଡଃ. ରାଧାକାନ୍ତ ସେଠ, ମହାଦେବ ତୁମୁନିଆ, ବଟ ଧରୁଆ, ପୁର୍ଣ୍ଣଚନ୍ଦ୍ର ଦାଶ ଓ ରମାଇ ଷଢଙ୍ଗି ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶେଷରେ କୃଷ୍ଣଚନ୍ଦ୍ର ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।
Next Post