oom

କର୍ଲାମୁଣ୍ଡା କପ୍‌ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ଜରାସିଙ୍ଗାକୁ ପରାସ୍ତ କରି ଚିଚର୍ଲା ବିଜୟୀ

jsmm

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପୁଟିଗାଁ ସ୍ଥିତ ଚିନାବାଡ଼ି ପଡିଆଠାରେ ଆଜି କର୍ଲାମୁଣ୍ଡା ଫୁଟବଲ ଟିମ ପକ୍ଷରୁ ଚତୁର୍ଥ କର୍ଲାମୁଣ୍ଡା କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ରାଜେଶ ପ୍ରସାଦ ହିଆଁଲ, ସମ୍ମାନିତ ଅତିଥିଭାବେ କର୍ଲାମୁଣ୍ଡା ପଂଚାୟତ ନାଏବ ସରପଞ୍ଚ ରାଧେଶ୍ୟାମ ବାଗ, ଆୟୋଜକ କମିଟିର ସଭାପତି ଡୁଲାମଣି ଭୋଇ, ସମ୍ପାଦକ ଦୁର୍ଲ୍ଲଭ ମେହେର, ସାମ୍ବାଦିକ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ, ତେବେ ଉଦ୍‌ଘାଟନୀ ମ୍ୟାଚ୍‌ଟି ଚିଚର୍ଲା (କଳାହାଣ୍ଡି ) ଓ ଜରାସିଙ୍ଗା (ବଲାଙ୍ଗିର) ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ନିର୍ଦ୍ଧାରିତ ସମୟରେ ଚିଚର୍ଲା ଦଳ ୧-୦ ରେ ବିଜୟୀ ହୋଇଥିଲା । ଖେଳ ପରିଚାଳନାରେ ରେଫ୍‌ରି ଭାବେ ଚଞ୍ଚଳ ମାଝୀ, ରାଜେଶ କୁମାର, ବିଶେଶ୍ୱର ପଧାନ ଖେଳ ପରିଚାଳନା କରିଥିଲେ । ଫୁଟବଲ ଟିମ୍‌ ସଦସ୍ୟ ନୀଳମାଧବ ଭୋଇ, ବିରେନସାହୁ, ଅନିଲସାହୁ, ମୁକେଶ କୁମାର ସାହୁ, ସଲ୍‌ଟି ବଗର୍ତ୍ତି, ସିତୁ ସାହୁ, ବିରୁ ସାହୁ, ବବଲୁ ସାହୁ, ଜିତ ସାହୁ, ବିପିନ ସାହୁ, ମଣି ମେହେର, ନମିତ ସୁନା, ରାଜା ସାହୁ, ତପନ ଛତ୍ରୀଆ, ଅଭିଷେକ ସାହୁ, ଟୁନା ସାହୁ ପ୍ରମୁଖ ସହଯୋଗ କରିଥିଲେ । ଆସନ୍ତାକାଲି ମ୍ୟାଚ୍‌ଟି ସୋନପୁର ଓ ବୌଦ୍ଧ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ମ୍ୟାନେଜର ମୁକେଶ କୁମାର ସାହୁ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.