ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟଶାଳା ଅନୁଷ୍ଠିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଅତାବିରା ନଗର ଶାଖା ତରଫରୁ ସ୍ଥାନୀୟ ଲରାସରା ଉଚ୍ଚ ବିଦ୍ୟାଳୟରେ ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି ଏଥିରେ ଲରାସରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନବୋଧ ମାଝୀ, ଖଇରପାଲି ୟୁଜିୟୁପିସ୍କୁଲର ଶିକ୍ଷକ ସୁଦାମ ଭୁଏ ଓ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ବରଗଡ଼ ଜିଲ୍ଲାର କାର୍ଯ୍ୟବାହାକ ତରାଚାନ୍ଦ କଣ୍ଟା ଓ ନଗର ଉପସଭାପତି ବିଜୟ କୁମାର ପ୍ରଧାନ ଓ ଆଶୁତୋଷ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଓ ବିଭିନ୍ନ ଅନୁଷ୍ଠାନର ଅନେକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ଓ ଏବିଭିପିର କାର୍ଯ୍ୟକର୍ତା କାର୍ତ୍ତିକ ବେହେରା, ରୋସନ ପ୍ରଧାନ, ଅଶୋକ ବରିହା, ସୁଶାନ୍ତ ବାଗ, ପ୍ରିୟଦତ୍ତ ସ୍ୱାଇଁ, ଅମର ସାହାଣୀ, ହେମନ୍ତ ମହାକୁର ଓ ନଗର ପ୍ରମୁଖ ଅଶୋକ ଭୋଇ ମଞ୍ଚ ପରିଚାଳନା କରିଥିଲେ ଓ ଶେଷରେ ନଗର ସମ୍ପାଦକ ଅଚ୍ୟୁତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.