oom

ଦୀର୍ଘ ଅନଧିକୃତ ଅନୁପସ୍ଥିତ ଓ ଦାୟିତ୍ୱରେ ଅବହେଳା ଯୋଗୁଁ ଶିକ୍ଷକଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାକୁ ଶିକ୍ଷା କ୍ଷେତ୍ରରେ ଏକ ଅଗ୍ରଣୀ ଜିଲ୍ଲାରେ ପରିଣତ କରିବା ପାଇଁ ଜିଲ୍ଲାପାଳ ଚଞ୍ଚଳ ରାଣା ସବୁବେଳେ ପ୍ରୟାସରତ । ଏହି କ୍ରମରେ କର୍ତ୍ତବ୍ୟରେ ଅବହେଳା ଓ ଅଧିନକୃତ ଭାବରେ ବିଦ୍ୟାଳୟରେ ଦୀର୍ଘଦିନ ଅନୁପସ୍ଥିତ ଥିବା ତିନି ଜଣ ଶିକ୍ଷକଙ୍କୁ ଯଥା ବଲାଙ୍ଗିର ବ୍ଲକର କୁଡାଶିଙ୍ଗା ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗଣ ଶିକ୍ଷକ ଯଥାମଣି ଭୋଇ, ବଙ୍ଗୋମୁଣ୍ଡା ବ୍ଲକର ଲୁକାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ସମରେଶ ସାହୁ ଓ ଟିଟିଲାଗଡ ବ୍ଲକର ମାର୍ଲାଡ ପ୍ରକଳ୍ପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକ ରାକେଶ କୁମାର ବୁଦ୍ଧିଆଙ୍କୁ ବଲାଙ୍ଗିର ଜିଲ୍ଲାପାଳ ଚାକିରିରୁ ବରଖାସ୍ତ କରିଛନ୍ତି । ଜିଲ୍ଲାର ଯେଉଁ ଶିକ୍ଷକମାନେ ଏହିପରି ତାଙ୍କର କର୍ତ୍ତବ୍ୟରେ ଅବହେଳା କରିବେ, ସେମାନଙ୍କ ପାଇଁ ଏହା ଏକ ଚେତାବନୀ । ଜିଲ୍ଲାପାଳ ଶ୍ରୀ ରାଣାଙ୍କ ଏହି ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଉଛି ।

jittmm
Leave A Reply

Your email address will not be published.