ପ୍ଲାଷ୍ଟିକ ବର୍ଜନ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଇଁତଲା ବ୍ଲକ ଅନ୍ତର୍ଗତ ଡେଙ୍ଗସ୍ଥିତ ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟଠାରେ ପ୍ଲାଷ୍ଟିକ ବର୍ଜନ ସଚେତନତା କାର୍ଯ୍ୟକ୍ରମ ବିଦ୍ୟାଳୟର ଇକୋ କ୍ଲବ, ଅମରାବତୀ ଓ ଜୁନିୟର ରେଡକ୍ରସର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଭାପତିତ୍ୱ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗଣେଶ ରଣା ଓ ମୁଖ୍ୟ ବକ୍ତା ଭାବରେ କେରମେଲି ଉନ୍ନିତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ବିଜ୍ଞାନ ଶିକ୍ଷକ ସରୋଜ ମିଶ୍ର ଓ ସମ୍ମାନିତ ଅତିଥି ଭାବରେ କ୍ଲବ କଲୋନୀର ସିଆରସି ଚିନ୍ତାମଣି ସାହୁ ଯୋଗ ଦେଇଥିଲେ । ପ୍ଲାଷ୍ଟିକ ପରିବେଶ ଉପରେ କୁପ୍ରଭାବ ପକାଉଛି । ପଶୁ ପକ୍ଷୀ ତଥା ପ୍ରାଣୀମାନଙ୍କର ଜୈବ ବିବଧତା ଉପରେ ପ୍ରତିକୂଳ ପ୍ରଭାବ ପକାଇବା ଦ୍ୱାରା ସେମାନଙ୍କ ବଂଶ ବୃଦ୍ଧି ତଥା ଜୀବନଚାର୍ଯ୍ୟ ଉପରେ ପ୍ରଭାବ ପକାଉଛି । ସିଙ୍ଗଲ ୟୁଜ୍‌ ଅଫ୍‌ ପ୍ଲାଷ୍ଟିକ ଆମେ ସମସ୍ତେ ବନ୍ଦ କରିବା ଉଚିତ ବୋଲି ମୁଖ୍ୟ ବକ୍ତା ସରୋଜ ମିଶ୍ର ମତ ପ୍ରକାଶ କରିଥିଲେ । ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବିଶ୍ୱନାଥ ମେହେରଙ୍କ ଦ୍ୱାରା ସିଙ୍ଗିଲ ୟୁଜ୍‌ ଅଫ୍‌ ପ୍ଲାଷ୍ଟିକଠାରୁ ଦୂରେଇ ରହିବା ପାଇଁ ତଥା ନିଜ ପରିବାରର ଅନ୍ୟମାନଙ୍କୁ ବ୍ୟବହାର ନ କରିବା ପାଇଁ ଏକ ଶପଥ ପାଠ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟ ପିଲାମାନଙ୍କୁ ନେଇ ଏକ କୁଇଜ ପ୍ରତିଯୋଗିତା ହୋଇଥିଲା । ସୁପ୍ରିୟା ରଣା, ମୀରା ପଧାନ, ସୁନିଲ ରଣା ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ମୁଖ୍ୟ ଅତିଥିଠାରୁ ସମ୍ମାନିତ ହୋଇଥିଲେ । ବିଦ୍ୟାଳୟ ପ୍ରକୃତିବନ୍ଧୁ ଶିକ୍ଷକ ତଥା ଜୁନିୟର ରେଡକ୍ରସ କାଉନସିଲର ରାମ ନାରାୟଣ ଦାଶଙ୍କ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସଂସ୍କୃତ ଶିକ୍ଷକ ସୁଦର୍ଶନ ଦାଶ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ରେଣୁକା ସାହୁ, ଗାୟତ୍ରୀ ବାରିକ, ଦ୍ରୋପଦି ଭୋଇ, କାନ୍ତୀ ଭୋଇ, ଯଶୋବନ୍ତୀ ସୁନା, ଶିକ୍ଷକ ଲିଙ୍ଗରାଜ ନନ୍ଦ, ହିମାଂଶୁ ଶେଖର ବିଶ୍ୱାଲ, ସମିର ସେଠି, ଦିପକସେନ ଧରୁଆ ତଥା ଗ୍ରାମବାସୀ ଉପସ୍ଥିତ ଥିଲେ । ଶେଷରେ ଛାତ୍ରୀ ମାମୁନି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.