lika

ବିଦ୍ୟାଳୟ ଓ ଅଙ୍ଗନୱାଡି ପରିସରରେ ବୃକ୍ଷ ରୋପଣ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

gbag

ବାଙ୍କୀ : ଡମପଡ଼ା ବ୍ଲକ ଓଡ଼ିଶା ଜୀବିକା ମିଶନ ଶକ୍ତି ବିଭାଗ ଓ ମନରେଗା ଯୋଜନାର ମିଳିତ ସହଯୋଗରେ ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ପରିସରରେ ବୃକ୍ଷ ରୋପଣ ପାଇଁ ସ୍ଥାନୀୟ ରଗଡ଼ି ବିଏସ୍‍ ନୋଡାଲ ସରକାରୀ ହାଇସ୍କୁଲ ପରିସରରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଦୁର୍ଗାପୁର, ରଗଡ଼ି, ନରଗାଙ୍ଗ, ତୁଳସୀପୁର, ଢଁସର, ଗୋପାଳପୁର, ବିଲିପଡ଼ା, ହରିରାଜପୁର ଓ ଶିମିଳିପୁର ପ୍ରମୁଖ ପଞ୍ଚାୟତର ଏମବିକେ, ସିଆରପି, ଜିଆରଏସ, କୃଷି ମିତ୍ର ପ୍ରମୁଖ ପ୍ରଶିକ୍ଷଣ ନେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ସଫଳ କରାଇବାର କୌଶଳ ସମ୍ପର୍କରେ ଜ୍ଞାନ ଆହରଣ କରିଛନ୍ତି । ବ୍ଲକ କାର୍ଯ୍ୟକ୍ରମ ଅଧିକାରୀ ଅକ୍ଷୟ ଭଟ୍ଟଙ୍କ ସଂଯୋଜନାରେ ସଞ୍ଚାଳିତ କାର୍ଯ୍ୟକ୍ରମରେ ସହକାରୀ ପ୍ରକଳ୍ପ ଅଧିକାରୀ ଅଭିଳାସ ସିଂଦେଓ, କନିଷ୍ଠ ଯନ୍ତ୍ରୀ ତ୍ରିଲୋଚନ ସାହୁ, ବାଳଗୋପାଳ ମାରାଣ୍ଡି, ସରିତା ମିଶ୍ର, ସମିତି ସଭ୍ୟ ଭାଗୀରଥି ପାଣି ଏବଂ ବ୍ଲକ ସଂଯୋଜିକା ମାଳିନୀ ପ୍ରିୟଦର୍ଶିନୀ ଦେବୀ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ ।

sandip
Leave A Reply

Your email address will not be published.