ନୃତ୍ୟାଳୟ କଥକ କଳାକେନ୍ଦ୍ର ଦ୍ୱାରା ଆୟୋଜିତ ନୃତ୍ୟ ତରଙ୍ଗ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ପି ସୌଜନ୍ୟାଙ୍କ ଆବାହକତ୍ୱରେ କାଞ୍ଚନ ଧରଙ୍କ ସଂଯୋଜନାରେ ରାଉରକେଲା କ୍ଲବ ଠାରେ ମହାଆଡମ୍ବରରେ ନୃତ୍ୟ ତରଙ୍ଗ ଆୟୋଜନ କରାଯାଇଥିଲା । ଏହି ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ଆଇ. ପି. ଏସ ବ୍ରିଜେଶ କୁମାର ରାୟ (ଡି. ଆଇ. ଜି) ରାଉରକେଲା, ସମ୍ମାନିତ ଅତିଥିରେ ଜର୍ମାନରୁ ଗୁରୁ ବିଦୁଷି ଦୁର୍ଗା ଆର୍ଯ୍ୟା, ଗୁରୁ ଶ୍ରୀମତୀ ଦୁର୍ଗା ଆର୍ଯ୍ୟାଙ୍କ ନୃତ୍ୟ ସମସ୍ତ ଦର୍ଶକ ମଣ୍ଡଳୀଙ୍କୁ ଆଚମ୍ବିତ କରିଦେଇଥିଲା । ବଂଶୀ ବାଦନରେ ଗୁରୁ ନରେନ୍ଦ୍ର ନାୟକ, ତବଲାରେ ଗୁରୁଶ୍ରୀ ଅଭୟକାନ୍ତ ଚୌଧୁରୀ, ଯୁବ କଳାକାର ଆରାଧ୍ୟା ପଣ୍ଡା, ଦିବ୍ୟତେଜ ମହନ୍ତ, ସାଇକୃଷ୍ଣ ଶ୍ରୀ ଚନ୍ଦନ ଏବଂ ଜ୍ୟୋତି ରଞ୍ଜନ ଦାସଙ୍କ ସହଯୋଗ ଅତ୍ୟନ୍ତ ଚିତାକର୍ଷକ ଥିଲା । ଗୁରୁ ଶ୍ରୀମତୀ ପି ସୌଜନ୍ୟା ଏବଂ ତାଙ୍କ ଅନୁଷ୍ଠାନର କଳାକାରମାନେ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ । ଏହି ନୃତ୍ୟ ତରଙ୍ଗ କର୍ମଶାଳା ଟି ୩-୪-୨୬ ଠାରୁ ୫-୪-୨୬ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କଥକ କଳାକାରମାନଙ୍କୁ ନେଇ ଆୟୋଜିତ କରାଯାଇଥିଲା । କାର୍ଯ୍ୟକ୍ରମଟି ଶେଷରେ କନକଲତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.