ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ଓ ବାବା ଆଖଣ୍ଡଳମଣି ମନ୍ଦିର ଟ୍ରଷ୍ଟ ଆନୁକୂଲ୍ୟରେ ପୁଷ୍ପାଞ୍ଜଳି ସେବା ସମିତି ଦ୍ଵାରା ଆୟୋଜିତ ପବିତ୍ର ଦୋଳପୂର୍ଣ୍ଣିମାରେ ମେଲଣ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟି ବ୍ରଜେନ୍ଦ୍ର ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି ମେଳଣ କାର୍ଯ୍ୟକ୍ରମରେ ସହରର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨୦ଟି ବିମାନ ଅଂଶଗ୍ରହଣ କରିଥିଲେ । ପ୍ରଥମ କରି ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇଥିଲେ । ମନ୍ଦିରର ମ୍ୟାନେଜିଂ ଟ୍ରଷ୍ଟି ଆଲୋକ ରଂଜନ ମଲ୍ଲିକ, ସମସ୍ତ ଟ୍ରଷ୍ଟି ସର୍ବଶ୍ରୀ ପ୍ରଦୀପ କୁମାର ପଣ୍ଡା, ମନୋଜ କୁମାର ପଣ୍ଡା, ବିନୟ ମହାନ୍ତି, ଡ. ସନାତନ ପ୍ରଧାନ, ଅମୂଲ୍ୟ ମିଶ୍ର ସନ୍ତୋଷ କୁମାର ପାଣିଗ୍ରାହୀ ଓରଫ ମିଟୁ ନନା, ପୁଷ୍ପାଞ୍ଜଳି ଅନୁଷ୍ଠାନର ସର୍ବଶ୍ରୀ ଦିଗନ୍ତ ପାଣି, ସୁକାନ୍ତ ଲେଙ୍କା, ପୂର୍ଣ୍ଣଚନ୍ଦ୍ର ଦାସ, ଗୋପାଳ ଜେନା, ସୁନାକର ଦାସ, ନାରାୟଣ ଖଟୁଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଢଙ୍ଗରେ ପରିଚାଳନା କରିଥିଲେ । ଏହି ଅବସରରେ ସେକ୍ଟର ୧୬ ରାଧାକୃଷ୍ଣ ଟ୍ରଷ୍ଟ ତରଫରୁ ଭଜନ ପରିବେଷଣ କରାଯାଇଥିଲା । ସାମଗ୍ରୀକ କାର୍ଯ୍ୟକ୍ରମରେ ମନ୍ଦିର ସମସ୍ତ ଦଇତା ସେବାୟତମାନେ ସହଯୋଗ କରିଥିଲେ । ଶେଷରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା ।