ଜିଲ୍ଲା ସାମ୍ୱାଦିକ ସଙ୍ଘର ବନ୍ଧୁମିଳନ କାର୍ଯ୍ୟକ୍ରମ

ରାୟଗଡା, (ଅକ୍ଷୟ କୁମାର ପିଡିସିକା) : ରାୟଗଡା ଜିଲ୍ଲା ସାମ୍ୱାଦିକ ସଙ୍ଘର ବନ୍ଧୁମିଳନ ଏବଂ ସାଧାରଣ ପରିଷଦ ବୈଠକ କାର୍ଯ୍ୟକ୍ରମ ସ୍ଥାନୀୟ ହଲୁଆତୋଟା ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଡ. ବାଦଲ କୁମାରଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସଂଘର ସାଧାରଣ ସମ୍ପାଦକ ବିଦ୍ୟା ଭୂଷଣ ପଣ୍ଡା ଉପସ୍ଥିତ ସଦସ୍ୟଙ୍କୁ ସ୍ୱାଗତ କରିବା ପରେ ସଂଘ ଗତ ୨୦୨୫ରେ କଣ ସବୁ ସାମାଜିକ କାର୍ଯ୍ୟ କରିଛି ସେହି ବିବରଣୀ ପାଠ କରିଥିଲେ । କାର୍ଯ୍ୟକାରୀ ସଭାପତି ଶ୍ୟାମ କୁମାର ଦାସ ସଭା ପରିଚାଳନା କରିଥିଲେ । ବିଭିନ୍ନ ବ୍ଲକରୁ ଆସିଥିବା ସାମ୍ବାଦିକ ପ୍ରତିନିଧିମାନେ ଆମର କାର୍ଯ୍ୟ ଏବଂ ସ୍ଥାନୀୟ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ଶେଷରେ ସଭାପତି ଡଃ ବାଦଲ ତା ଏହି ସଂଘ ଆମ ପାଇଁ କଣ ଆବଶ୍ୟକ ଏବଂ ଆମ ଭୂମିକା କଣ ସେ ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସଙ୍ଘର ପୁରାତନ ସଭ୍ୟ ଯୋଗ ଦେଇଥିଲେ । ଏବଂ ନୂତନ ସଭ୍ୟମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛଦେଇ ସ୍ଵାଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୧୧ଟି ବ୍ଲକରୁ ୮୬ ଜଣ ସଦସ୍ୟ ଯୋଗଦେଇଥିଲେ । ସଂଘ ବରିଷ୍ଠ ସାମ୍ବାଦିକ ଅଜୟ କୁମାର ରଥ, ଅକ୍ଷୟ ପିଡିସିକା, ଉମାକାନ୍ତ ନିମାଲପୁରୀ , ବିଜୟ କୁମାର ଉଲ୍ଲାକା, ପ୍ରସାଦ ଲିମା, ଗଲୋକ ବିହାରୀ ସାମନ୍ତରାୟ, ରାଜେନ୍ଦ୍ର ମିଶ୍ର, ମନୋଜ କୁମାର ଜେନା, ଦୀପକ କୁମାର ପୃଷ୍ଠି, ମହେଶ ପାଟଖଣ୍ଡାଳ, ରାଜେଶ କୁମାର ପଣ୍ଡା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ଗଣେଶ୍ୱର ସାହୁ, ରାଜା ପାଣିଗ୍ରାହୀ ଦୀପକ ଗାଡେପୁ ସଦସ୍ୟଙ୍କ ପଞ୍ଜିକରଣ ଉପହାର ବିତରଣ କରିବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.