ବୁରୋଭାଡ଼ି ଗ୍ରାମରେ ‘ଝିଅ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ବୁରୋଭାଡ଼ି ଗ୍ରାମରେ ଅଙ୍ଗନୱାଡ଼ି କର୍ମୀ ସୁଜାତା ପଧାନଙ୍କ ନେତୃତ୍ୱରେ ଅଙ୍ଗନୱାଡ଼ି କିଶୋରୀ ସଙ୍ଘ ତରଫରୁ “ଝିଅ ପାଇଁ ଗଛ ଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ ଆଗଲପୁର ବ୍ଲକ ଆଦିବାସୀ କଲ୍ୟାଣ ସଂଘ କାର୍ଯ୍ୟକାରୀ ସଭାପତି ତଥା ବରିଷ୍ଠ ବିଜେପି ନେତା ଭୁବନେଶ୍ୱର ଧରୁଆ ଯୋଗଦେଇ ପରିବେଶ ସୁରକ୍ଷା ସକାଶେ ବୃକ୍ଷର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ପଲ୍ଲୀ ଆଲୋକ ପାଠାଗାର ନଅଗାଁ ଏବଂ କ୍ରିକେଟ କମିଟି ବୁରୋଭାଡ଼ି ତରଫରୁ ଅଶ୍ୱିନୀ ରାଏ, ହେମନ୍ତ ବାଗ ସହଯୋଗ କରିଥିବା ବେଳେ ସମସ୍ତ କିଶୋରୀ ତଥା ବାଳିକା ମାନେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.