ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ସୋଢା ଗାଁରେ ରବିବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୋଢା ଗାଁରୁ ପଲସଦା ଯିବାରାସ୍ତାର ଉଭୟ ପାଖରେ ପ୍ରାୟ ୧୦୦ଗୋଟି ବିଭିନ୍ନ ପ୍ରଜାତିର ଗଛ ଲଗାଯାଇଥିଲା । ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବରଗଡ଼ ସାମ୍ବାଦିକ ସଂଘ, ବୋଡାସମ୍ବର ଅଞ୍ଚଳର ସମସ୍ତ ପ୍ରିଣ୍ଟ, ୱେବ୍, ଇଲୋକ୍ଟ୍ରୋନିକ ମିଡିଆ, ପ୍ରୋଗେସିଭ କ୍ରିକେଟ ଏସୋସିଏସନ୍, ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ, ମାଁ ମଙ୍ଗଳା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଟେମରୀ ସରପଞ୍ଚ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଏନେଇ ଅନୁଷ୍ଠିତ ସଭାରେ ସରପଞ୍ଚ ଦିଲ୍ଲୀପ ବେହେରାଙ୍କ ଅଧ୍ୟକ୍ଷତା ଓ ପଞ୍ଚାନନ ବିଶିଙ୍କ ସଭା ସଂଯୋଜନାରେ ସଭାରେ ମୁଖ୍ୟ ଅତିଥି ଭାବରେ ପାଇକମାଲ ବିଡ଼ିଓ ପ୍ରଫୁଲ୍ଲ କୁମାର ଉଦୁ, ମୁଖ୍ୟବକ୍ତା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ଓ ସମ୍ମାନୀତ ଅତିଥି ଭାବରେ ପାଇକମାଲ ଆଇଆଇସି କୈଳାସ ଚନ୍ଦ୍ର ପ୍ରଧାନ, ପଦ୍ମପୁର ବରିଷ୍ଠ ସାମ୍ବାଦିକ ରତ୍ନମଣି ଶତପଥି, ବିଜୟ ସାହୁ, ଧିରେନ ମହାନ୍ତି, କୃଷକ ନେତା ଲିଙ୍ଗରାଜ ପ୍ରଧାନ, ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ସିଂ ବରିହା, ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦୁର୍ଯ୍ୟୋଧନ ପୁଟା, ରାହାସ ବିହାରୀ ସାହୁ, ସୁରେଶ ପ୍ରଧାନ, ରଘୁବୀର ସିଂ ବରିହା, ସମାଜସେବୀ ଚନ୍ଦନ ବଂଶଲ, ସରପଞ୍ଚ ଅନିତା ଭୋଇ, ଆଇଆଇ ମାଧୁରୀ ନାୟକ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣର ଉପକାରିତା ଉପରେ ମାର୍ଗଦର୍ଶନ ଦେଇଥିଲେ । କ୍ରିକେଟ ଏସୋସିଏସନ୍ ସଦସ୍ୟ ତଥା ସୋଢା ଗ୍ରାମବାସୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନେ ସହଯୋଗ କରିଥିଲେ । ଶେଷରେ ମାଁ ମଙ୍ଗଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଭାନେତ୍ରୀ ସୁବୋଦିନି ସାହୁ ଧନ୍ୟବାଦ ଦେଇଥିଲେ ।