ବଧିର ବିଦ୍ୟାଳୟରେ ସଙ୍କେତ ମୋ ଭାଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ବଧିର ବିଦ୍ୟାଳୟ ଠାରେ ୫ଦିନିଆ ସଂକେତ ମୋ ଭାଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଓଡିଶା ରାଇଜିଙ୍ଗ ଫାଉଣ୍ଡେସନ ଭୁବନେଶ୍ୱର ଓ ଭିନ୍ନକ୍ଷମ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ବିଭାଗ ଓଡିଶା ସରକାର, ଏୱାଇଜେଏନ୍‌ଏସ୍‌ଏଚ୍‌(ସି) ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ୨୭ ତାରିଖ ଠାରୁ ପାଞ୍ଚ ଦିନ ବ୍ୟାପି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିବ । କାର୍ଯ୍ୟକ୍ରମର ଲକ୍ଷ୍ୟ ସାଧାରଣ ଲୋକଙ୍କ ଭାଷାକୁ ବୁଝିବା ପାଇଁ ସହଜ ହେବ । ବଧିର ମାନେ ଯେକୌଣସି ସାମାଜିକ ସ୍ଥାନକୁ ଗଲେ ଲୋକଙ୍କ ସହ ସହଜରେ ଯୋଗାଯୋଗ କରିପାରିବେ । ଏହି କାର୍ଯ୍ୟକ୍ରମରେ ପ୍ରଜନା ପୂର୍ବସା ତ୍ରିପାଠୀ ଅପରେସନ ଲିଡ଼ କଳାହାଣ୍ଡି ଓଆର୍‌ଏଫ୍‌, ନିବାସ ଚନ୍ଦ୍ର ସାହୁ ଭିନ୍ନକ୍ଷମ ପୁନର୍ବାସ ପରିସଂସ୍ଥା ଭବାନୀପାଟଣାର ସଂଚାଳକଙ୍କ ସମେତ ଧନେଶ୍ୱର ନିଆଲ ରେଡ଼କ୍ରସ ବଧିର ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.