oom

ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ଫିଷ୍ଟ ଅଫ୍‌ ଫ୍ଲେବର୍ସ ଡିଲାଇଟ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଲାୟନ୍ସ କ୍ଲବ ସବୁବେଳେ କିଛି ନା କିଛି ନୂଆ କରିବାର ଚେଷ୍ଟା ଚଳାଇଥାଏ । ଚଳିତ ବର୍ଷ ପ୍ରଥମ ଥର ପାଇଁ କ୍ଲବ ସଦସ୍ୟ ତଥା କ୍ଲବ ସଦସ୍ୟଙ୍କ ଗୃହିଣୀ ମାନଙ୍କୁ ନେଇ କ୍ଲବର ସଭାପତି ଗଙ୍ଗାଧର ଶର୍ମାଙ୍କ ସଭାପତିତ୍ୱରେ ବରିଷ୍ଠ ସଦସ୍ୟ ତଥା ଏହି କାର୍ଯ୍ୟକ୍ରମର ପ୍ରୋଜେକ୍ଟ ଚେୟାରମେନ ଶ୍ରୀମତୀ ବିନ୍ଦୁ ସାହୁଙ୍କ ନିର୍ଦ୍ଦେଶନାରେ ଗୁରୁବାର ଅପରାହ୍ନରେ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳାରେ ବିଭିନ୍ନ ରନ୍ଧାଖାଦ୍ୟର ପ୍ରସ୍ତୁତି ସହ ଖାଦ୍ୟ ପରିବେଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମସ୍ତ ଖାଦ୍ୟକୁ ମୂଲ୍ୟାୟନ କରିବା ପାଇଁ ଟିଟିଲାଗଡ଼ ସହରର ପ୍ରସିଦ୍ଧ ଡାକ୍ତର ହସମୁଖ ଲାଲ, ଜୟନ୍ତୀ ହୋଟେଲର ମାଲିକ ସୁରେଶ ପୋପଟ, ରୋଷେୟା ତଥା କ୍ୟାଟେରର୍‌ ବନମାଳୀ ନାଏକଙ୍କୁ ନିମନ୍ତ୍ରଣ କରିଥିଲେ । ଆସିଥିବା ସମସ୍ତ ଜଜ୍‌ ସମସ୍ତ ପ୍ରତିଯୋଗୀଙ୍କୁ ତାଙ୍କର ପ୍ରସ୍ତୁତି ଖାଦ୍ୟ କିପରି ବନାଇଲେ ତାହା ପଚାରି ବୁଝିବା ସହ ନିଜେ ଖାଦ୍ୟ ଖାଇ ମୂଲ୍ୟାୟନ କରିଥିଲେ । ଏହି ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ପାଇଥିଲେ ପ୍ରିୟଙ୍କା ଜୈନ, ଦ୍ୱିତୀୟ ଶିଳ୍ପ।ଞ୍ଜଳି ନାମଦେବ ଓ ମୁସ୍କାନ ଗୋୟଲ୍, ତୃତୀୟ ରିଙ୍କି ପୃଷ୍ଟି ହୋଇଥିବା ବେଳେ ସ୍ପେସିଆଲ୍ ପ୍ରେଜେନ୍‌ଟେସନ ପୁରସ୍କାର ପାଇଥିଲେ ମମତା ନାୟକ । କ୍ଲବ ସମ୍ପାଦକ ଆବାସ ଖାଁ, ପିଡିଜି ୱାଇପି ଗୋୟଲ୍, ଜୋନ୍‌ ଚେୟାର ପର୍ସନ ମଦନ ପୃଷ୍ଟି, କ୍ଲବର୍ ବରିଷ୍ଠ ସଦସ୍ୟ ଶମ୍ଭୁ ପ୍ରସାଦ ଗୋୟଲ୍, ମନୀଷ ଗୁପ୍ତା, ଅଜିତ ପାତ୍ର, ସନ୍ତୋଷ ମହାନ୍ତି, ଆକାଶ ଜୈନ, ଦୀପକ ପୃଷ୍ଟି, ପ୍ରଦୀପ ବାରିକ, ଶ୍ରୀକାନ୍ତ ଅଗ୍ରୱାଲ, ରାକେଶ ଜୈନ, ମାର୍କେଟିଂ ଚେୟାର ପର୍ସନ ସଞ୍ଜୟ କୁମାର ନାୟକ, ଲିଓ ଅଙ୍କିତ ଗୁପ୍ତା, ଶୁଭୋଦୀପ ସାମନ୍ତ ଓ ଅନ୍ୟାନ୍ୟ ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସାହାଯ୍ୟ କରିଥିଲେ ।

jittmm
Leave A Reply

Your email address will not be published.