oom

ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଲୋଇସିଂହା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁଶମେଲ ପଞ୍ଚାୟତର ଜାମୁଟିଆ ଗାଁରେ ବିଜୁ ଜନତା ଦଳର ରାଜ୍ୟ ପରିଷଦ ସଭ୍ୟ ତଥା ଲୋଇସିଂହା ନିର୍ବାଚନମଣ୍ଡଳୀର ଯୁବନେତା ନିହାର ରଞ୍ଜନ ବେହେରାଙ୍କ ନେତୃତ୍ଵରେ ପରିବାର ସମ୍ପର୍କ ପଦଯାତ୍ରା ତଥା ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ବରିହା, ବିଜୁ ମହିଳା ଜନତା ଦଳର ଲୋଇସିଂହା ବ୍ଲକ ସଭାପତି ଜୋସ୍ନାମୟୀ ନାଗ, ପ୍ରସନ୍ନ ନାଗ, କୈଳାଶ ବରିହା, ଅଂଶୁମାନ ଗୁରୁ, ଅଙ୍ଗଦ ବିଶ୍ଵାଳ, ସମ୍ପଦ ଭୁଏ ଏବଂ ଦଳର ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ସମସ୍ତଙ୍କ ଘରକୁ ଘର ବୁଲି ଶଙ୍ଖ ଚିହ୍ନ ଛାପିବା ସହ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ବିଷୟରେ ଅବଗତ କରାଇଥିଲେ ।

jittmm
Leave A Reply

Your email address will not be published.