
- କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନାକୁ ଆଗାମୀ ଦିନରେ ଆହୁରି ସୁଦୃଢ କରିବାକୁ ହେଲେ ସାଧାରଣଙ୍କର ସହଭାଗିତା ହିଁ ଏକାନ୍ତ କମ୍ୟ : ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବିକଶିତ ଭାରତ ୨୦୪୭ ସଂକଳ୍ପ ବାର୍ତ୍ତା ଓ କେନ୍ଦ୍ର ମୋଦୀ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣମୂଳକ ଯୋଜନାର କଥାକୁ ଲୋକଙ୍କ ମଧ୍ୟରେ ସଚେତନ କରାଇବା ଉଦ୍ଦେଶ୍ୟ ନେଇ ଭାରତୀୟ ଜନତା ପାର୍ଟି ତରଫରୁ ପାଇକମାଲ ମୁଖ୍ୟଛକରେ ଏକ ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଭାଗନେଇ ବିଜେପିର ବରିଷ୍ଠ ନେତା ଡା. ରାମକୃଷ୍ଣ ପୁରୋହିତ, ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ ମୁଖପାତ୍ର ଶ୍ରୀ ପ୍ରଦୀପ ପୁରୋହିତ ଉପସ୍ଥିତ ସାଧାରଣ ଲୋକଙ୍କ ଓ ଅଞ୍ଚଳର ବୁଦ୍ଧିଜୀବୀ ବର୍ଗଙ୍କ ସହ କେନ୍ଦ୍ର ସରକାରଙ୍କ ଉପଲବ୍ଧ ଓ ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟ ଉପରେ ମତବିନିମୟ କରିବା ସହ କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନା ଆଗାମୀ ଦିନରେ ଆହୁରି ସୁଦୃଢ କରିବାକୁ ହେଲେ ଜନସାଧାରଣଙ୍କର ସହଭାଗିତା ହିଁ ଏକାନ୍ତ କାମ୍ୟ ବୋଲି ପୂର୍ବତନ ବିଧାୟକ ଶ୍ରୀ ପୁରୋହିତ ନିବେଦନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ଉପ ସଭାପତି ଶ୍ରୀ ସରୋଜ ସାମଲ, ବରିଷ୍ଠ ନେତା ଗୋବର୍ଦ୍ଧନ ଅଗ୍ରୱାଲ, ସତ୍ୟନାରାୟଣ ବେହେରା, ଡା. ଲମ୍ବୋଦର ପଣ୍ତା, ଯୋଗେନ୍ଦ୍ର ଭୋଇ, କୌଳାସ ଦିଶ୍ରୀ, ସଂଜୟ ବେହେରାଙ୍କ ସମେତ ଶତାଧିକ ଲୋକ ଭାଗ ନେଇ ଆଲୋଚନାକୁ ସଫଳ କରିଥିଲେ ।