jayashree

ସ୍ୱର୍ଗତ ଲଲିତଙ୍କ ସ୍ମୃତିରେ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶାର ବିଶିଷ୍ଟ ଶ୍ରମିକ ନେତା, ଗରିବ ଓ ଅବହେଳିତଙ୍କ ସ୍ୱର ସ୍ୱର୍ଗତ ଲଲିତ ନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ଥାନୀୟ ଶ୍ରମିକ ମଙ୍ଗଳ ଭବନରେ ଲଲିତ ପ୍ରେମୀମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସ୍ୱର୍ଗତ ନାୟକଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଦୀପ ଦାନ ଓ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ସପ୍ତାହବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି । ଆସନ୍ତା ଜାନୁଆରୀ ୧୧ରେ କେବିକେ ଆଇଟିଆଇରେ ଲଲିତ ଜୟନ୍ତୀ ପାଳନ ହେବାକୁ ଥିବା ସେବାଶ୍ରମରେ ବିଭିନ୍ନ କାର୍ଯ୍ୟକ୍ରମ ରଖାଯାଇଛି । ୧୩ରେ ବିଙ୍ଗ ହ୍ୟୁମେନ ଫାଉଣ୍ଡେସନ ଆନୁକୂଲ୍ୟରେ ଏକ ମେଗା ରକ୍ତଦାନ ଶିବିର, ୧୪ରେ ସହଯୋଗ ଫାଉଣ୍ଡେସନ ଦ୍ୱାରା ଅନ୍ନଦାନ, ୧୭ରେ ସ୍ମାଇଲ ଫର୍‌ ଅଲ୍‌ ଅନୁଷ୍ଠାନ ନେତୃତ୍ୱରେ ଏକଦିବସୀୟ କ୍ରିକେଟ ମ୍ୟାଚ୍‌‌, ୧୮ରେ ଶ୍ରଦ୍ଧାଞ୍ଜଳି ସଭାରେ ଏକ ଆଲୋଚନାଚକ୍ର ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏହାବାଦ୍‌ ଲଲିତ ପ୍ରେମୀଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ବରିଷ୍ଠ ସଙ୍ଗଠକ ପ୍ରଭାକର ମିଶ୍ର, ଚାଇନା ମହାନ୍ତି, ବରିଷ୍ଠ ଆଇନଜୀବୀ ରତନ ମହାରଣା, ପ୍ରଭାସ ପାଣିଗ୍ରାହୀ, ବିଷ୍ଣୁ ପ୍ରସାଦ କେଡ଼ିଆ, ବିଧୁଭୂଷଣ ତ୍ରିପାଠୀ, ଲୋଟସ୍‌ ଷଡ଼ଙ୍ଗୀ, ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, କିଶୋର ମିଶ୍ର, ଅନିଲ ମୋଦି, ଅଶୋକ ରାଉତ, ମାଧବ ପୁରୋହିତ, ଦ୍ରୋଣ କୁମ୍ଭାର, ଜ୍ୟୋତି ରଞ୍ଜନ ନାୟକ, ସଞ୍ଜୀବ ସାହୁ, ଗୋବିନ୍ଦ ଚନ୍ଦ୍ର ଶତପଥୀ, ଅସୀମ ଭୋଇ, ବିକାଶ ସା, ଲମ୍ବୋଦର ସାଏ, ପୃଥ୍ୱୀରାଜ ବରାଡ଼, ଘନଶ୍ୟାମ ପଶାୟତ, ବୁଲୁ ମହାକୁର, ମୁକେଶ ପଧାନଙ୍କ ସମେତ ବିଭିନ୍ନ ସଙ୍ଗଠନର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଏହି ବୈଠକକୁ ସାମ୍ବାଦିକ ବିଭୁ କଲ୍ୟାଣ ଗଡ଼ତ୍ୟା ସଂଯୋଜନା କରିଥିବା ବେଳେ ଶେଷରେ ବିଙ୍ଗ ହ୍ୟୁମେନ ଫାଉଣ୍ଡେସନର ପ୍ରତିଷ୍ଠାତା ସୋମନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.