ଜିଏସ୍‌ଟି ଅଧିକାରୀଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର : ରାଜ୍ୟ ଜିଏସ୍‌ଟି ଅଧିକାରୀମାନଙ୍କ ଲାଗି ଇନଷ୍ଟିଚ୍ୟୁଟ୍ ଅଫ୍‌ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ଅଫ୍ ଇଣ୍ଡିଆ (ଆଇସିଏଆଇ) ଭୁବନେଶ୍ୱର ଶାଖା କାର୍ଯ୍ୟାଳୟରେ ଏକ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଇସିଏଆଇର ଜିଏସ୍‌ଟି ଓ ପରୋକ୍ଷ ଟିକସ କମିଟି ସହଯୋଗରେ ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମକୁ ରାଜ୍ୟ ବାଣିଜ୍ୟ କର ଓ ଜିଏସ୍‌ଟି କମିସନର ସୁଶୀଲ କୁମାର ଲୋହାନି ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଆଇସିଏଆଇର ଜିଏସ୍‌ଟି ଓ ପରୋକ୍ଷ ଟିକସ କମିଟିର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପି, କେନ୍ଦ୍ରୀୟ ପରିଷଦ ସଦସ୍ୟ ସୁଶୀଲ କୁମାର ଗୋୟଲ, ଆଇସିଏଆଇ ଭୁବନେଶ୍ୱରର ଅଧ୍ୟକ୍ଷ ରଞ୍ଜନ କୁମାର ପୃଷ୍ଟି, ଆଇଏସିଆଇର ଉପାଧ୍ୟକ୍ଷ ପ୍ରଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବିଭିନ୍ନ ର‍୍ୟାଙ୍କର ୧୭୯ ଅଧିକାରୀ ଏଥିରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ରିଅଲ ଇଷ୍ଟେଟ୍‌ କ୍ଷେତ୍ର ଓ ପୂର୍ତ୍ତ କାର୍ଯ୍ୟବରାଦ ସେବାରେ ଜିଏସ୍‌ଟି ପରିଚାଳନାକୁ ନେଇ ସ୍ୱତନ୍ତ୍ର ବିଷୟ ଉପରେ ଆଲୋଚନା ହୋଇଥିଲା । ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ବିରେନ୍ଦ୍ର ଚୌହ୍ୱାନ, ୟତିଶ ପାଇ ଭର୍ନେକର, ବିଶାଲ ପୋଦାର ଓ ମନ୍ଦର ତେଲାଙ୍ଗ ଅଧିବେଶନ ପରିଚାଳନା କରିଥିଲେ । ଆଗାମୀ ଦିନରେ ଏଭଳି ଅଧିବେଶନ ଆୟୋଜନ କରାଯିବ ବୋଲି କମିସନର ଶ୍ରୀ ଲୋହାନି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.