oom

କରାଟେ ଆସୋସିଏସନର ବେଲ୍ଟ ପ୍ରଦାନ କାର୍ଯ୍ୟକ୍ରମ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ସିତୋରିଓ କରାଟେ ଇଣ୍ଡିଆ ଅର୍ଗାନାଇଜେସନର ସହବନ୍ଧିତ ଓଡିଶା ରାଜ୍ୟ କରାଟେ ଆସୋସିଏସନ ତରଫରୁ ସେକ୍ଟର ୧୮ ଗୁରୁ ତେଗବାହାଦୂର ବିଦ୍ୟାଳୟଠାରେ ବେଲ୍ଟ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ କୋଚ୍‌ ଧର୍ମେନ୍ଦ୍ର ସିଂଙ୍କ ସଭାପତିତ୍ୱ ଓ ଉପଦେଷ୍ଟା ରାଜେଶ ପ୍ରସାଦ ଦାସଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଓ କବୟିତ୍ରୀ ସସ୍ମିତା ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ କରାଟେ ଛାତ୍ରଛାତ୍ରୀଙ୍କୁ ବେଲ୍ଟ ପ୍ରଦାନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନେ ସେମାନଙ୍କ କ୍ରୀଡା ପ୍ରଦର୍ଶିତ କରିଥିଲେ । ପ୍ରାରମ୍ଭରେ ଉପଦେଷ୍ଟା ଶ୍ରୀ ଦାସ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲା ବେଳେ ମୁଖ୍ୟ ଅତିଥି ଶ୍ରୀ ରାଉତ ଏହି କ୍ରୀଡା କେବଳ ଆତ୍ମରକ୍ଷା ନୁହେଁ ବରଂ ଶାରିରୀକ ଓ ବୌଦ୍ଧିକ ବିକାଶ ସହ ଆତ୍ମ ବିଶ୍ୱାସ ବଢାଇଥାଏ ବୋଲି କହିଥିଲେ । ବରିଷ୍ଠ ଶିକ୍ଷାର୍ଥୀ ରକି ଖାଡିଆ ଓ ସୁଶାନ୍ତ କୁମାର ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶୁଭାଙ୍ଗୀ ପୃଷ୍ଟି, ଅନୁପ୍ରିୟା ସମାସୀ, ସିଙ୍ଘରାନୀ ସାହୁ, ରୀତେଶ ସମାସୀ, ହରଗୁନ କୌର, ମୁକୁନ୍ଦରାଜ ପୃଷ୍ଟି, ବିଶ୍ୱଜିତ ବରାଳ, ଓମ୍ ସାହୁ, ବୈଭବ ହାସଁଦା, ଆଲୋକ ପ୍ରଧାନଙ୍କୁ ବିଭିନ୍ନ ବେଲ୍ଟ ପ୍ରଦାନ କରାଯାଇଥିଲା ।

jittmm
Leave A Reply

Your email address will not be published.