centurian jitm

ଅଗଷ୍ଟ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଗଷ୍ଟ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ତଦ୍‌ଅନୁସାରେ ଅଗଷ୍ଟ ମାସର ପ୍ରଥମ ସୋମବାର ତା ୧/୮/୨୦୨୨ରିଖ ପୂର୍ବାହ୍ନ ୧୦ଟା ୩୦ ମିନିଟ ସମୟରେ ବଲାଙ୍ଗିର ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ, ଦ୍ୱିତୀୟ ସୋମବାର ତା୮.୮.୨୦୨୨ରିଖ ଦିନ ଦେଓଗାଁ ବ୍ଲକ କାର୍ଯ୍ୟାଳୟଠାରେ, ତୃତୀୟ ସୋମବାର ସରକାରୀ ଛୁଟି ଦିବସ ହୋଇଥିବାରୁ ତା’ ପରଦିନ ଅର୍ଥାତ ତା୧୬/୮/୨୦୨୨ରିଖ ଦିନ (ମଙ୍ଗଳବାର) ଟିଟିଲାଗଡ ବ୍ଲକ କାର୍ଯ୍ୟାଳୟଠାରେ, ଚତୁର୍ଥ ସୋମବାର ତା୨୨/୮/୨୦୨୨ରିଖ ଦିନ ପାଟଣାଗଡ ବ୍ଲକ କାର୍ଯ୍ୟାଳୟଠାରେ ଓ ପଞ୍ଚମ ସୋମବାର ତା୨୯/୮/୨୦୨୨ରିଖ ଦିନ ପୁଇଁନ୍ତଲା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସମ୍ପୃକ୍ତ ଅଞ୍ଚଳର ଜନ ସାଧାରଣ ସେମାନଙ୍କର ବ୍ୟକ୍ତିଗତ ତଥା ସାମୁହିକ ସମସ୍ୟାମୂଳକ ଅଭିଯୋଗ ଜଣାଇ ପାରିବେ । ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ସମ୍ପୃକ୍ତ ଅଞ୍ଚଳର ଜନସାଧାରଣଙ୍କ ବ୍ୟକ୍ତିଗତ ତଥା ସାମୁହିକ ଅଭିଯୋଗଗୁଡିକର ଶୁଣାଣି କରି ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବେ । ସମ୍ପୃକ୍ତ ଅଞ୍ଚଳର ଜନ ସାଧାରଣ ଏହି ଜନ ଅଭିଯୋଗ ଶୁଣାଣି ଶିବିରରେ ନିଜ ନିଜର ଅଭିଯୋଗ ଜଣାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.