jayashree

ସିୟୁଟିଏମ୍ ଓ କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ

ଭୁବନେଶ୍ୱର, (ପିଆଇବି) : ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି କରିବା ଲାଗି ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି ।

ଏହି କ୍ରମରେ ଗତକାଲି ସେଞ୍ଚୁରିଅନ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଏବଂ ମ୍ୟାନେଜମେଣ୍ଟ (ସିୟୁଟିଏମ) ପକ୍ଷରୁ ଗଜପତି ଜିଲ୍ଲାରେ ଏକ ଗ୍ରାମୀଣ ହାଟ ଆୟୋଜନ କରାଯାଇଥିଲା । ହାଟରେ ବିଭିନ୍ନ ପ୍ରକାର ଫଳ, ପନିପରିବା, ଘରକରଣା ସାମଗ୍ରୀ ବିକ୍ରି କରାଯାଇଥିଲା । ସିୟୁଟିଏମର ଛାତ୍ରଛାତ୍ରୀ ସ୍ଥାନୀୟ ଅଞ୍ଚଳରେ ଜି-୨୦ ବୈଠକକୁ ନେଇ ସଚେତନତା ସୃଷ୍ଟି କରିଥିଲେ ।

ଅନ୍ୟପକ୍ଷରେ ଜି-୨୦ ଜନଭାଗିଦାରୀ ବୈଠକର ଅଂଶବିଶେଷ ଭାବେ କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟ ଦ୍ୱାରା ଏକ ସ୍ଲୋଗାନ୍ ଲେଖା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଛାତ୍ରଛାତ୍ରୀମାନେ ଜି୨୦ ସମ୍ମିଳନୀର ପ୍ରଚାର ଉଦ୍ଦେଶ୍ୟରେ ସ୍ଲୋଗାନମାନ ଲେଖିଥିଲେ । ସେହିପରି ଶିକ୍ଷାନୁଷ୍ଠାନ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.