ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ରଘୁନାଥ ପ୍ରସାଦ ପାଢୀ ଗ୍ରନ୍ଥାଗାର ତରଫରୁ ଏକଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ରଘୁନାଥ ପ୍ରସାଦ ପାଢୀ ଗ୍ରନ୍ଥାଗାର ତରଫରୁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କର ପ୍ରେରଣାରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଏକଦିବସୀୟ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧୁନା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଆର.ପି. ପାଢୀ ଗ୍ରନ୍ଥାଗାର ଆନୁକୂଲ୍ୟରେ ଏକ ଏକଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାକୁ ବିଶ୍ୱବିଦ୍ୟାଳୟର ସ୍ନାତୋକତ୍ତର ବିଭାଗର ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ବର୍ତ୍ତମାନ ଉଚ୍ଚଶିକ୍ଷା ବିଭାଗ ତରଫରୁ ମିଳିଥିବା e-resourceର ଉପାଦେୟତା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଫେସର ପ୍ରସନ୍ନ କୁମାର ସ୍ଵାଇଁ ପାଠାଗାରର ଉପାଦେୟତା ସମ୍ବନ୍ଧରେ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜକ ଏସୋସିୟେଟ ପ୍ରଫେସର ଜ୍ୟୋସ୍ନା ସାହୁ ପାଠାଗାରର ବିଭିନ୍ନ ଦିଗ ଏବଂ ସମ୍ବଳ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ବିଶେଷଜ୍ଞ ରାଜ କୁମାର ମହାପାତ୍ର e-resourceର ବ୍ୟବହାରିକ ଉପାଦେୟତା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହାର ଅନ୍ୟତମ ବିଷୟ ବିଶେଷଜ୍ଞ ଅଭିମନ୍ୟୁ ପ୍ରଧାନ Open educational resourcesର ବ୍ୟବହାର ଉପରେ ଏକ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହସଂଯୋଜକ ଶ୍ରୀମତୀ ଶୁଭଲକ୍ଷ୍ମୀ ନାୟକ, ସହକାରୀ ଗ୍ରନ୍ଥଗରିକା ଓ ଅନ୍ୟାନ୍ୟ ଆୟୋଜକମାନଙ୍କ ମଧ୍ୟରୁ ଡ. ମନସ୍ଵିନୀ ପାତ୍ର, ସହକାରୀ ଗ୍ରନ୍ଥଗାରିକା ଏବଂ ଡ. ଜିତେନ୍ଦ୍ର କୁମାର ବେହେରା, ସହକାରୀ ଗ୍ରନ୍ଥଗାରକ ଓ ଅଭିମନ୍ୟୁ ପ୍ରଧାନ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଛାତ୍ରଛାତ୍ରୀ, ଗବେଷକ, ଗବେଷିକା, ଅଧ୍ୟାପକ, ଅଧ୍ୟାପିକା ଯୋଗଦାନ କରି ଏହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ । ଶେଷରେ ଭାରପ୍ରାପ୍ତ ଗ୍ରନ୍ଥଗାରିକା ଶ୍ରୀମତୀ ଶୁଭଲକ୍ଷ୍ମୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.