କପିଲାଭଟାରେ ବାର୍ଷିକ ଭାଗବତ ପାରାୟଣ ଉପଲକ୍ଷେ ସତସଙ୍ଗ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁରେ ଥିବା ରାଧାକୃଷ୍ଣ ପ୍ରହରୀ ମଣ୍ଡପ ଠାରେ ବାର୍ଷିକ ଭାଗବତ ପାରାୟଣ ଉପଲକ୍ଷେ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ତ୍ତା ଭାବେ ନୀଳମଣି ବିଶି ଓ ତାଙ୍କ ସହଧର୍ମିଣୀ ସୁଶୀଳା ବିଶି ଦାୟିତ୍ୱ ନିର୍ବାହ କରିଥିଲେ । ଏଥିରେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ କାପସୀ ଗାଁର ପ୍ରବଚକ ମୋହନ ଦାସ ଓ ଗଣ୍ଡାବାହାଲି ଗାଁର ପ୍ରବଚକ ବୈକୁଣ୍ଠ ମେହେର ପ୍ରବଚନ ଦେଇଥିବା ବେଳେ ଅଞ୍ଚଳର ଯୁବ କଣ୍ଠଶିଳ୍ପୀ ରାସବିହାରୀ ଘିଭେଲାଙ୍କ ଦ୍ଵାରା ଭଜନ ପରିବେଷଣ କରିଥିଲେ । ପରେ ବାର୍ଷିକ ଭାଗବତ ପାରାୟଣ ଉପଲକ୍ଷେ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଗ୍ରାମର ଭୂରିସ୍ରବା ବିଶି, ପଙ୍କଜ ବିଶି, ନିର୍ଦୟ ବିଶି, ନରଫଳ ହଂସ, ରାମଚନ୍ଦ୍ର ହଂସ, ପ୍ରେମଲାଲ ହଂସ, ହୀରାଲାଲ ବିଶି, ହୁଲେଶ୍ୱର ହଂସ, ଡମ୍ବରୁ ହଂସ ଓ ଅନ୍ୟମାନେ ସହଯୋଗ କରିଥିଲେ । ଏଥିରେ ବହୁ ମହିଳା ଓ ପୁରୁଷ ଶ୍ରଦ୍ଧାଳୁମାନେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.