ppurohit

ଅଲାତରାଠାରେ ଗ୍ରାମ ସଭା ସହ ପୁରୁଷ ହକି ବିଶ୍ୱକପ ଉଦ୍‌ଘାଟନୀ ଉତ୍ସବର ସିଧାପ୍ରସାରଣ କାର୍ଯ୍ୟକ୍ରମ

2nd

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା ଗ୍ରାମ ପଞ୍ଚାୟତ ରାଜୀବଗାନ୍ଧୀ ସେବା କେନ୍ଦ୍ର ଠାରେ ସରପଞ୍ଚ ସସ୍ମିତା ନାଗଙ୍କ ତତ୍ୱାବଧାନରେ ଆଜି ଗ୍ରାମ ସଭା ସହ ପୁରୁଷ ହକି ବିଶ୍ୱକପ ଉଦ୍‌ଘାଟନୀ ଉତ୍ସବର ସିଧାପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମ. ରାମପୁର ବ୍ଲକ ଉପାଧ୍ୟକ୍ଷ ଶମ୍ଭୁ ଭୂଷଣ ପଧାନ, ଗ୍ରାମ ପଞ୍ଚାୟତ ଅଧିକାରୀ ଚଞ୍ଚଳ ହରିଜନ, ପଞ୍ଚାୟତସ୍ତରୀୟ ମହାସଂଘ ସମ୍ପାଦିକା ବୈଦେହୀ ପଧାନ, ଏମବିକେ ମମିତା ସାହୁ, ନାଏବ ସରପଞ୍ଚ ନରେଶ ଦଣ୍ଡିଆ, ବନରକ୍ଷୀ ପୁଷ୍ପା ଧରୁଆ, ଜିଓ ଟେକ ରାଜେଶ ପୋଢ଼ ସମେତ ସମସ୍ତ ୱାର୍ଡ ସଭ୍ୟା/ସଭ୍ୟ, ସିଆରପି, ପ୍ରାଣୀମିତ୍ର, କୃଷିମିତ୍ର, ମହିଳା ଗୋଷ୍ଟୀ, ଜବକାର୍ଡ ଧାରୀ ଓ ଜନସାଧାରଣ ସହ ସହ ସଂଖ୍ୟାରେ ଉପସ୍ଥିତ ରହି ପଞ୍ଚାୟତ ବିକାଶ ପାଇଁ ଯୋଜନା କରିବା ସହ ପୁରୁଷ ହକି ବିଶ୍ୱକପର ସିଧାପ୍ରସାରଣର ମଜା ନେଇଥିଲେ । ପଞ୍ଚାୟତ ଗ୍ରାମ ରୋଜଗାର ସେବକ ଲକ୍ଷ୍ମୀକାନ୍ତ ମନହୀରା ସମେତ ବରିଘାଟ, ପେଣ୍ଡରା, ସଗାରପାଲି, ନର୍ସିଙ୍ଗପୁର, କବିଚନ୍ଦ୍ରପୁର ଗ୍ରାମର ମନରେଗା ପାଇଁ ଥିବା ମେଟମାନେ ଅନୁପସ୍ଥିତ ଥିବାରୁ ଜବକାର୍ଡ ଧାରୀମାନେ କାମ କରି ହଇରାଣ ହେଉଥିବାର ଅଭିଯୋଗ କରିଥିଲେ । ଏ ନେଇ ସରପଞ୍ଚ ଶ୍ରୀମତୀ ନାଗଙ୍କୁ ପଚାରିବାରୁ ରୋଜଗାର ସେବକଙ୍କ ନାମରେ ଅନେକ ଅଭିଯୋଗ ଆସୁଛି । ସେ ପ୍ରାୟ ଅଫିସକୁ ଆସୁନାହାନ୍ତି, ମୁଁ ବିଡ଼ିଓଙ୍କୁ ଜଣେଇଛି ବୋଲି କହିଥିଲେ ।

Leave A Reply

Your email address will not be published.