ଡେଲାଙ୍ଗ, (ଦେବାଶିଷ ମିଶ୍ର) : ଜିଲ୍ଲା ଶିକ୍ଷା ଶିକ୍ଷକ ପ୍ରଶିକ୍ଷଣ ତରଫରୁ ଶିକ୍ଷକ ପ୍ରଶିକ୍ଷକ ଡ଼. ସ୍ୱାଗତମ୍ ଦାଶଙ୍କ ଦ୍ୱାରା ପିଢ଼ପାଟଣା ପ୍ରକଳ୍ପ ଉ.ପ୍ରା ବିଦ୍ୟାଳୟ, ଡେଲାଙ୍ଗ ଠାରେ ଦିବା ୧୦ ଘଟିକା ସମୟରେ ଗୋଷ୍ଠୀ ସଚେତନତା ଓ ଶିକ୍ଷଣ ଅଭିବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରେଞ୍ଚ ସାଧନ କେନ୍ଦ୍ରର ଗୋଷ୍ଠୀ, ଶିକ୍ଷକ ଏବଂ ସାଧନସଂଯୋଜଙ୍କୁ ନେଇ ଜାତୀୟ ଶିକ୍ଷାନୀତି ୨୦୨୦ର ଧାରଣା, ନୀତି ଓ ନିୟମାବଳୀ ଡିଜିଟାଲ ମାଧ୍ୟମରେ ପ୍ରଶିକ୍ଷକ ଆଲୋଚନା କରିଥିଲେ । ସାଧନସଂଯୋଜ ଦୁର୍ଯ୍ୟଧନ ପ୍ରଧାନ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା, ଧନ୍ଦାମୂଳକ ଶିକ୍ଷା, ଆଇସିଟିର ବ୍ୟବହାର, ଗୋଷ୍ଠୀ ସମ୍ପୃକ୍ତି ଗୀତ ମାଧ୍ୟମରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ରବୀନ୍ଦ୍ର ବେହେରା, ଦିଲ୍ଲୀପ କୁମାର ନାୟକ, ଗୋପକୃଷ୍ଣ ତ୍ରିପାଠୀ, ଚକ୍ରଧର ମହାପାତ୍ର, ଜଗନ୍ନାଥ ପରିଡା, ଶିକ୍ଷୟିତ୍ରୀ ଦ୍ରୌପଦୀ ସ୍ୱାଇଁ, କମିଟି ସଭାପତି ଦିବାକର ମହାପାତ୍ର, ମହେନ୍ଦ୍ର ବିଶ୍ୱାଳ, କମିଟି ସଭ୍ୟା ସୁଲୋଚନା ସ୍ୱାଇଁ, ସୁରମା ଜେନା, ସୁକାନ୍ତି ପରିଡା ଯୋଗ ଦେଇଥିଲେ । ସାଧନସଂଯୋଜ ଦୟାନିଧି ମାର୍ଥା, କ୍ଷେତ୍ରବାସୀ ଆଳୁକ, କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରଧାନଶିକ୍ଷକ ଦିଗମ୍ବର ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post
Next Post