oom

ସଇଁନ୍ତଲାରେ ଡ୍ୟାନ୍ସ ଧମାକା କାର୍ଯ୍ୟକ୍ରମ

jsmm

ସଇଁନ୍ତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ସ୍ଥାନୀୟ ଆଲୋକ ଛକ ଠାରେ ଗତକାଲି ପୂର୍ବତନ ସରପଞ୍ଚ ଭୀମ ସେନ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ୪ର୍ଥ ବର୍ଷ ପାଇଁ ଡ୍ୟାନ୍ସ ଧମାକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଯୋଗ ଦେଇଥିବା ବେଳେ ସଇଁନ୍ତଲା ଜିଲ୍ଲା ପରିଷଦ ପ୍ରମୋଦ ଭୋଇ, ବ୍ୟଙ୍ଗ କବି ପ୍ରମୋଦ ବୈଠାରୁ, କମିଟି ସଭାପତି ଅଶୋକ ବଗର୍ତ୍ତୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ କମିଟି ପକ୍ଷରୁ ସାମ୍ବାଦିକ ତରୁଣ ବେହେରା, ବିଶାଳ ଅଗ୍ରୱାଲ, ନାରାୟଣ ସାହୁ ଏବଂ ଅଜିତ କୁମାର ସାହୁଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରାରମ୍ଭରେ ଏହି କାର୍ଯ୍ୟକ୍ରମକୁ ଡ଼ା. ବିଶ୍ୱଜିତ ମିଶ୍ର ଓ ଶିକ୍ଷକ କ୍ଷେତ୍ରପତି ଜାଲ ସଭା ପରିଚାଲନା କରିଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଶେଷରେ ଅଚ୍ୟୁତ ସେଠ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.