centurian jitm

ମାଗଣା ଚାଉଳ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ

nschool

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ରୋଡ ନଂ ୩ରେ ଥିବା ସରକାରୀ ଖୁଚୁରା ସୁଲଭ ମୂଲ୍ୟ ବିକ୍ରୟ କେନ୍ଦ୍ରଠାରେ ହିତାଧିକାରୀଙ୍କୁ ମାଗଣା ଚାଉଳ ବଣ୍ଟନ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଆସିଥିବା ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସର ଚାଉଳ ମଧ୍ୟରୁ କେବଳ ଅକ୍ଟୋବର ମାସର ଚାଉଳ ହିତାଧିକାରୀମାନଙ୍କୁ ଦିଆଯାଇ ବାକି ଦୁଇ ମାସର ଚାଉଳ ପରବର୍ତ୍ତୀ ସମୟରେ ଦିଆଯିବ ବୋଲି ଶ୍ରୀ ସାଲୁଜ ହିତାଧିକାରୀମାନଙ୍କୁ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗାଣ ଅଧିକାରୀ ସନାତନ ମାଝୀ, ସୁଲଭ ବିକ୍ରୟ କେନ୍ଦ୍ର କର୍ମଚାରୀ ଅନିଲ ସୋନୀ, ବାବୁଲି ମହାନ୍ତି, କରିମ ଖାଁ, ୟୁନୁସ ଖାଁ, ତୀର୍ଥ ଭାଟି, ଅର୍ଜୁନ ବେହେରାଙ୍କ ସମେତ ଶତାଧିକ ହିତାଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.