ସିୱାଇଏସ୍‌ଡିର ସୁରକ୍ଷା ପ୍ରକଳ୍ପ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ସିୱାଇଏସ୍‌ଡି ସାମାଜିକ ସଂସ୍ଥା ତରଫରୁ ସୁରକ୍ଷା ପ୍ରକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରମୋଦ ମିଶ୍ର ମୁଖ୍ୟ ଅତିଥି, ଜିଲ୍ଲା ମଙ୍ଗଳ ଅଧିକାରୀ ଅଲେଖ ବିଶ୍ୱାଳ, ଉପନିର୍ଦ୍ଦେଶକ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଏସ୍‌କେ ଦୀପ ଯୋଗ ଦେଇଥିଲେ । ସଭାକାର୍ଯ୍ୟକୁ ସିୱାଇଏସ୍‌ଡିର କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ । ଟିଟିଲାଗଡ ବ୍ଲକର ୧୨ଟି ପଞ୍ଚାୟତରୁ ସରପଞ୍ଚ, ପିଇଓ, ୱାର୍ଡମେମ୍ବର ଓ ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟ କରୁଥିବା ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାମାନେ ଆଲୋଚନାରେ ଭାଗ ନେଇଥିଲେ ।

Leave A Reply

Your email address will not be published.