oom

ତୁରେକେଲା ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପୁରୋହିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଜଳନ୍ଧର ମହାକୁଡ, ସରପଞ୍ଚ, ତୁରେକେଲା ପଞ୍ଚାୟତ, ସମ୍ମାନିତ ଅତିଥି ଭାବରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି, ତୁରେକେଲା କ୍ଲଷ୍ଟର ସଂଯୋଜକ ବିରଂଚି ନାରାୟଣ ଦାଶ, ଶଙ୍କର ନାଗ, ବିଜୟ କୁମାର ପାଣିଗ୍ରାହୀ, ରାମକୃଷ୍ଣ ସେଲମା ଯୋଗ ଦେଇଥିଲେ । ଅତିଥିମାନଙ୍କ ଦ୍ୱାରା ପୂଜାର୍ଚ୍ଚନା କରିବା ପରେ ୧୧ ଗୋଟି କ୍ଲଷ୍ଟରରୁ ଆସିଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ସଭା ପରିଚାଳନା ମାନ୍ଦଲା ସଂଯୋଜକ ଧନସିଂ ମାଝୀ ଓ ହାସ୍ୟଅଭିନେତା ଦୀନବନ୍ଧୁ ବଗର୍ତ୍ତୀ କରିଥିବା ବେଳେ ବିଚାରକ ଭାବେ ପ୍ରେମରାଜ ପାଣିଗ୍ରାହୀ, ଅନୁପ କୁମାର ଦାସ, ପ୍ରକାଶ କୁମାର ମେହେର, ସଂଜୟ କୁମାର ବେହେରା, ରାଜେଶ କୁମାର ସିଂଦେଓ, ଶ୍ରୀକାନ୍ତ ବାଗ, ସତ୍ୟ ପ୍ରକାଶ ସାହୁ, କିଶୋର କୁମାର ବରିହା, ରଜନୀ ମେହେର, ରବୀନ୍ଦ୍ର କୁମାର ରଥ, ଦୀନେଶ ମହାନନ୍ଦ, ଘନଶ୍ୟାମ ଶବର, ଗୁରୁ ପ୍ରସାଦ ଛତ୍ରିଆ, ଗୌର ମେହେର, ଶୋଭାବନ ନାଏକ, ଅଂଜଳି ମାଝୀ, ଗଜୟ କୁମାର ଦାଶ, ଶୁଭଦୀପ୍ତା ଦାଶ, କୃତିବାସ ବରିହା, ଲଳିତ ମୋହନ ବାରିକ, ଅମରେନ୍ଦ୍ର କୁମାର ବାଗ, ସୂର୍ଯ୍ୟକାନ୍ତ ରଣା, ପରମେଶ୍ୱର ଖମାରୀ, ମମତା ପଣ୍ଡା, ସୁରୁମଣି ମେହେର, ମାନସ ରଂଜନ ଜାଲ, ଗୋବିନ୍ଦ ହିଆଲ ପ୍ରତିଯୋଗୀମାନଙ୍କ ମାନ ନିର୍ଦ୍ଧାରଣ କରିଥିଲେ । ଉଦ୍‌ଯାପନୀ ସଭାରେ ସଂଯୋଜକ ବିରଂଚି ନାରାୟଣ ଦାଶ କୃତି ପ୍ରତିଯୋଗୀମାନଙ୍କ ନାମ ଘୋଷଣା କରିଥିଲେ ଏବଂ ଉପସ୍ଥିତ ଅତିଥିମାନେ ପ୍ରମାଣ ପତ୍ର ଓ ପଦକ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସଂଜୟ ଖୁରା, ଭବାନୀଶଙ୍କର ବେହେରା, ମୋହନ ବରିହା, ରମେଶ ଚନ୍ଦ୍ର ସୁନା, ସୁନୀଲ ସାହୁ, ପ୍ରକାଶ ସେଲମା, ପିତାମ୍ବର ଲୁହା, ଜ୍ୟୋତି ବିକାଶ ବାରିକ, ସୁଶାନ୍ତ ପ୍ରଧାନ, ସରୋଜ ପୁରୋହିତ, ଟିକେଶ୍ୱର ବେହେରା, ଦେବ ବଗର୍ତ୍ତୀ, ଅଜିତ କୁମାର ବାରିକ, ସୂର୍ଯ୍ୟରାମ ମାଝୀ, ଧନମତି ମାଝୀ ଆଦି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.