lika

ଅତାବିରା ଏବିଭିପି ନଗର ଶାଖା ପକ୍ଷରୁ ନୂତନ କାର୍ଯ୍ୟକାରୀ ସଦସ୍ୟ ଚୟନ

gbag

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଅତାବିରା ଏବିଭିପି ନଗର ଶାଖା ତରଫରୁ ନଗର ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ସୁବର୍ଣ୍ଣ ସମୟରେ ଅଚ୍ୟୁତ କୁମାର ମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଏବିଭିପି ଓଡ଼ିଶା ରାଜ୍ୟ ସହସମ୍ପାଦିକା ଯାଜ୍ଞସେନି ମହାପାତ୍ର, ସମ୍ମାନିତ ଅତିଥି ଭାବେ ବରଗଡ଼ ନଗର ଛାତ୍ରୀ ପ୍ରମୁଖ ଅନୁପମା ସେଠ ଓ ଅତାବିରା ନଗର ଉପସଭାପତି ବିଜୟ ପ୍ରଧାନ, ମୁଖ୍ୟବକ୍ତା ଭାବେ ଏବିଭିପି ସମ୍ବଲପୁର ବିଭାଗ ସଂଗଠନ ସମ୍ପାଦକ ନିକୁଞ୍ଜ ବିହାରୀ ପଣ୍ଡା ଉପସ୍ଥିତ ରହି ନୂତନ କାର୍ଯ୍ୟକାରିଣୀ ସଦସ୍ୟ ଚୟନ କଲେ ଓ ରାମକୃଷ୍ଣ ସାହୁଙ୍କୁ ନଗର ସଭାପତି ଭାବେ ଦାୟିତ୍ଵ ଦେବା ସହ ବିଜୟ ପ୍ରଧାନଙ୍କୁ ନଗର ଉପସଭାପତିର ଦାୟିତ୍ଵ ଦେଇଛନ୍ତି । ନଗର ସମ୍ପାଦକ ଭାବେ କାର୍ତ୍ତୀକ ବେହେରା, ନଗର ସହସମ୍ପାଦକ ଭାବେ ହୃଷୀକେଶ ରଥ, ନଗର ଗଣମାଧ୍ୟମ ସଂଯୋଜକଭାବେ ପ୍ରୀୟଦତ୍ତ ସ୍ୱାଇଁ, ଏସ୍‌ଏଫ୍ ଡି ପ୍ରମୁଖ ଭାବେ ଆଶୁତୋଷ ବିଶ୍ଵାଲ, ଏସ ଏଫ୍ ଏସ ପ୍ରମୁଖ ଭାବେ ସୁଶାନ୍ତ ବାଗ, ପବ୍ଲିକ ରେଲେସନ୍ ସଂଯୋଜକ ଭାବେ ଅଶୋକ ଭୋଇ, ଜନଜାତି ପ୍ରମୁଖ ଭାବେ ସଞ୍ଜୟ ବିଶ୍ଵାଲ, ରାଷ୍ଟ୍ରୀୟ କଳାମଞ୍ଚ ପ୍ରମୁଖ ଭାବେ ଶାଲିନୀ ସ୍ୱାଇଁ, ଷ୍ଟଡି ସାର୍କିଲ ପ୍ରମୁଖ ଭାବେ ରୋଷନ ପଧାନ ଓ ଛାତ୍ର ସନ୍ଦେଶ ପ୍ରମୁଖ ଭାବେ ଅମର ସାହାନୀ ନୂତନ ଭାବେ ଦାୟିତ୍ଵ ପାଇଛନ୍ତି ।

babaa
Leave A Reply

Your email address will not be published.