om academy

ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ନୂତନ କାର୍ଯ୍ୟକାରୀ କମିଟି ଗଠିତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ଏକ ଜରୁରୀକାଳୀନ ବୈଠକ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ସଭାପତି ଆନଂଦ ଚଂଦ୍ର ସାହୁଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚଳିତ ଅବଧି ପାଇଁ ସଂଘର ନୂତନ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି । ଏଥିରେ ଉପଦେଷ୍ଟା ଭାବରେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରା, ସନ୍ଦୀପ କୁମାର କୁଅଁର ଓ ବାଳକୃଷ୍ଣ ମିଶ୍ରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବେ ଅଶ୍ୱିନୀ କୁମାର ନାଏକ, ଉପସଭାପତି ଜୀବନାନନ୍ଦ ମହାନ୍ତି, ଶ୍ୟାମସୁନ୍ଦର ମେହେର ଓ ଅଜିତ କୁମାର ସାହୁ, ସାଧାରଣ ସଂପାଦକ ଭାବେ ବିମଳେନ୍ଦୁ ସାହୁ, ସାଂଗଠନିକ ସଂପାଦକ ଦେବରାଜ ନାହାକ, ଯୁଗ୍ମ ସଂପାଦକ ଦେବାଶିଷ ମିଶ୍ର, ଅଶୋକ ନାରାୟଣ ଭୋଇ, ବିରଜାନନ୍ଦ ପାଢ଼ୀ ଏବଂ କୋଷାଧ୍ୟକ୍ଷ ଶ୍ୟାମପ୍ରସାଦ ଗୁରୁ ଦାୟିତ୍ୱ ତୁଳାଇଥିଲେ । ସେହିପରି ବିଭୂତି ଭୂଷଣ ବଡ଼ୁ, ବିରେନ୍ଦ୍ର ଝାଙ୍କର, ଦିନେଶ ଜୈନ, ଚିନ୍ତାମଣି ରାଉତ, ଗୁରୁଦୟାଲ ହଂସ, ସୁଦାମ ଚରଣ ବଘାର, ଅନ୍ତିମ ପାଣିଗ୍ରାହୀ, ଦୀପକ ଖମାରୀ ଓ ଡାକ୍ତର ପଟେଲ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ମନୋନୀତ ହୋଇଥିବା ସୂଚନା ମିଳିଛି । ସଂଘର ଅନେକ ସଦସ୍ୟ ଏହି ବୈଠକରେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.