
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡର ଦୀର୍ଘ ଦିନର ଦାବୀ ଗତ ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ପ୍ରତିଶୃତିକୁ କାର୍ଯ୍ୟକାରୀ କରିବା ପାଇଁ ଟାଉନ ହଲଠାରେ କ୍ରିୟାନୁଷ୍ଠାନ କମିଟି ତରଫରୁ ପଦ୍ମପୁର, ପାଇକମାଲ, ଝାରବନ୍ଧ, ଗାଇସିଲଟ ଅଞ୍ଚଳର କ୍ରିୟାନୁଷ୍ଠାନ କମିଟିଅନ ଓ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ଏକ ସର୍ବସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆସନ୍ତା ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ତିଥି ସୁଧା ପଦ୍ମପୁର ବିଧାୟିକାଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ସହ ଦାବୀକୁ କାର୍ଯ୍ୟକାରୀ କରିବା ପାଇଁ ଏକ ପ୍ରତିନିଧି ଦଳ ରାଜଧାନୀ ଗସ୍ତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ ହୋଇଛି । ଆଜିର ବୈଠକରେ ଅଜିତ ଶତପଥୀ ଆବାହକତ୍ୱରେ ଅନୁଷ୍ଠିତ ବୈଠକର ସଭାପତି ରାମଚନ୍ଦ୍ର ତ୍ରିପାଠୀ, ବିଧାୟିକା ବର୍ଷା ସିଂ ବରିହାଙ୍କ ପ୍ରତିନିଧି ନବ କିଶୋର ସାହୁ, ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ ଓ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ଉପସ୍ଥିତିରେ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି । ଏଥିରେ ବିଜୟ କୁମାର ସାହୁ ସହ ଆବାହକ, ବିଧାୟିକା ବର୍ଷା ସିଂ ବରିହା, ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ସଭାପତି ନାଗରିକ କମିଟି, ସଭାପତି ଓକିଲ ସଂଘ, ସଭାପତି ବଣିକ ସଂଘ, ସଭାପତି ସାମ୍ବାଦିକ ସଙ୍ଘ, କ୍ରିୟାନୁଷ୍ଠାନ କମିଟି ପାଇକମାଳ, ଝାରବନ୍ଧ ଓ ଗାଇସିଲେଟ ସଭାପତି ରାଜ ବୋଡାସମ୍ବର କୃଷକ ସଂଗଠନ, ଚେୟାରମେନ ଏନ୍ଏସି ପଦ୍ମପୁର, ସଭାପତି ଆଶା ଓ ସତ୍କାର, ସଭାପତି ଜିଲ୍ଲା ଦାବୀ ଯୁବ ସଂଗଠନ ପ୍ରମୁଖଙ୍କୁ ନେଇ ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି । ଆସନ୍ତା ଦିନରେ ଏକ ପ୍ରତିନିଧି ଦଳ ରାଜଧାନୀ ଗସ୍ତ କରି ମୁଖ୍ୟମନ୍ତ୍ରୀଙ୍କ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।