ଆସୁଛି ଗଣେଶ ପୂଜା ମୂର୍ତ୍ତି ଗଢିବାରେ ବ୍ୟସ୍ତ କାରିଗର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ପବିତ୍ର ଗଣେଶ ପୂଜା ଉପଲକ୍ଷେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସହର ଉତ୍ସବ ମୁଖର ହୋଇ ଉଠିଛି । ବିଶେଷ କରି ବଙ୍ଗୋମୁଣ୍ଡାରେ ମୂର୍ତ୍ତି କାରିଗରମାନେ ମାଟି ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ ଅଛନ୍ତି । ମୂର୍ତ୍ତି କାରିଗରମାନେ ମୂର୍ତ୍ତି ଗଢ଼ିବା ପାଇଁ ପାଳ ନଡ଼ା ବିଡ଼ା ଉପରେ ମାଟି ପ୍ରଲେପ ଦେଉଛନ୍ତିଫବଙ୍ଗୋମୁଣ୍ଡାର ଯୁବ ଅଭିଜ୍ଞ ମୂର୍ତ୍ତି କାରିଗର ସନାତନ ସାଙ୍କ ସହ ଅନ୍ୟ କାରିଗରମାନେ ନିଜ ନିଜର ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଜୋରସୋରରେ ଜାରି ରଖିଛନ୍ତି । ବଙ୍ଗୋମୁଣ୍ଡା ଓ ଆଖପାଖ ଅଞ୍ଚଳରେ ସେମାନଙ୍କ ହାତଗଢା ମୂର୍ତ୍ତିର ବେଶ ଚାହିଦା ରହିଛି । ୨ ଫୁଟରୁ ଆରମ୍ଭ କରି ୧୦ ଫୁଟ ପର୍ଯ୍ୟନ୍ତ ମୂର୍ତ୍ତି ଗଢି ଚାଲିଛି । ଗଢ଼ା ଯାଇଥିବା ମୂର୍ତ୍ତି ବଲାଙ୍ଗିର ଜିଲ୍ଲା ସମେତ କଳାହାଣ୍ଡି ଓ ନୂଆପଡା ସମେତ ଆଖପାଖ ଅଞ୍ଚଳର ଗ୍ରାହକ ମାନେ ଆସି ନେଇଥାନ୍ତି । ବର୍ଷେ କି ଦୁଇ ବର୍ଷ ନୁହେଁ ୧୮ ବର୍ଷ ଧରି ମୂର୍ତ୍ତି ନିର୍ମାଣ ଚାଲିଥିବା କହିଛନ୍ତି କାରିଗର ସନାତନ । ଗତ ୩ ମାସରୁ ଅଧିକ ହେବ ମୂର୍ତ୍ତି ନିର୍ମାଣ କରିବା ରେ ବିଭିନ୍ନ ସାମଗ୍ରୀ ଆଣି ମୂର୍ତ୍ତି ତିଆରି କରିବାରେ ବ୍ୟସ୍ତ ଥିବା ନେଇ ଦେଖିବାକୁ ମିଳିଛି । ଆଗକୁ ଗଣେଶ ପୂଜା ଥିବା ବେଳେ ଗାଁ ଠୁ ସହର ସବୁଠି ଚଳଚଞ୍ଚଳ ହୋଇ ଉଠୁଛି ।

jittmm
Leave A Reply

Your email address will not be published.